କତାରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ, ଆଇନଗତ ବିକଳ୍ପ ଖୋଜୁଛି ଭାରତ
 

8 ex-Indian Navy officers awarded death penalty in Qatar
କତାରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତର ୮ ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ । ହେଲେ କତାର ଦାବି କରିଛି ଯେ ଏହି ଭାରତୀୟ ମାନେ ଇସ୍ରାଏଲ ପାଇଁ ଜାସୁସୀ କରୁଥିଲେ। ଭାରତ ସରକାର ଏବେ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଆଇନର ଆଶ୍ରୟ ନେବ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଏହି ପୂର୍ବତନ ଅଧିକାରୀ ମାନେ ଭାରତୀୟ ନୌସନାର ଯୁଦ୍ଧ ଜାହାଜରେ ନିୟୋଜିତ ଥିଲେ। ଚାକିରିରୁ ଅବସର ପରେ ସେମାନେ କତାର ଏକ ପ୍ରାଇଭେଟ କମ୍ପାନୀ ଦହରା ଗ୍ଲୋବାଲରେ କାମ କରୁଥିଲେ । ଏହା ଏକ ବେସରକାର କମ୍ପାନୀ ଯାହାକି କତାର ସେନାକୁ ଟ୍ରେନିଂ ଦେଇଥାଏ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଅଧିକାରୀଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି କତାର । ଏହି ମାମଲାରେ କତାର ଅଦାଲତର ଏହା ପ୍ରଥମ ଫଇସଲା ନୁହେଁ । ଏହାପୂର୍ବରୁ କତାରରେ ଭାରତର ରାଷ୍ଟ୍ରଦୂତ ଓ ଜଣେ ଡେପୁଟୀ ଅଧିକାରୀ ଜେଲରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଭେଟିଥିଲେ। ପୂର୍ବରୁ ବି ଭାରତୀୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ କତାର ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story