ଭୟଙ୍କର ଦୁର୍ଘଟଣା, ଖାଲକୁ ଖସିଗଲା ଯାତ୍ରୀବାହୀ ବସ୍, ୮ ଜଣଙ୍କର ମୃତ୍ୟୁ
 

8 die in a bus accident in Tamil Nadu's Coonoor
ଭୟଙ୍କର ଦୁର୍ଘଟଣା
 

ଓଡ଼ିଆ ଗସିପ୍ ବ୍ୟୁରୋ: ତାମିଲନାଡୁର କନ୍ନୁର ଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିବା କାରଣରୁ ୮ ଜଣଙ୍କ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କୁହାଯାଉଛି କି ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ରାଶି ହେବେ ମାଲାମାଲ, ହାତକୁ ଆସିବ ପ୍ରବଳ ଟଙ୍କା!

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଭୟଙ୍କର ଦୁର୍ଘଟଣା କନ୍ନୁର ନିକଟ ମାରାପାଲମ ନିକଟରେ ଘଟିଛି। ବସ୍ ଓଟିରୁ ମେଟୁପାଲାୟାମକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାପରେ ସ୍ଥାନୀୟ ଲୋକ,ପୁଲିସ ଓ ଅଗ୍ନିଶମ ଟିମ୍‌ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

ଆହତମାନଙ୍କୁ ଚିକିତ୍ସା ପାଇଁ କନ୍ନୁରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଏମ୍ବାଟୁର ଜୋନ୍ ଡିଜି ସାରଭାନା ସୁନ୍ଦର ନିଶ୍ଚିତ କରିଛନ୍ତି ଯେ ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story