ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ନିଜେ ଝୁଲି ପଡିଲେ, ଏକାସାଙ୍ଗେ ପରିବାରର ୭ ଜଣଙ୍କ ଆତ୍ମହତ୍ୟା
 

7 Members Of Family Found Dead In Gujarats Surat
ଏକାସାଙ୍ଗେ ୭ ଜଣଙ୍କ କଲେ ଆତ୍ମହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ଶିଶୁଥିବା ଜଣାପଡିଛି । 

ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗୋଟିଏ ଘର ଭିତରୁ ୭ ଜଣଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଡ଼ୋଶୀମାନେ କହିଛନ୍ତି । ତଦନ୍ତ ବେଳେ ପୁଲିସ ମନୀଷଙ୍କ ଘରକୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ବ୍ୟବସାୟ କରିବାକୁ ଋଣ ଆଣି ମନୀଷ ଫେରସ୍ତ କରିବାକୁ ଅକ୍ଷମ ହୋଇ ଥିବାରୁ ପରିବାର ସହ ଜୀବନ ହାରିଥିବା କଥା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଏଥିସହ ପରିବାର ଲୋକ ସେମାନଙ୍କ ଫ୍ଲାଟକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ଚିଠିରେ ଲେଖା ଅଛି। 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଲୋକଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତ କରିବା ପାଇଁ ଫ୍ଲାଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଶେଷ ସମୟରେ ଏହା ମଧ୍ୟ ହୋଇ ପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । କିନ୍ତୁ ସେ କାହାଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେ ବିଷୟରେ ସୁଇସାଇଡ ନୋଟରେ କିଛି ବି ଲେଖି ନାହାନ୍ତି।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ମୃତକମାନେ ହେଲେ ମନୀଷ ସୋଲାଙ୍କି, ପତ୍ନୀ ରୀତା ସୋଲାଙ୍କି, ବାପା କାନୁ, ମା ଶୋଭା, ତିନିସନ୍ତାନ ଦିଶା, କାବ୍ୟା ଓ କୁଶଳ । ମନୀଷ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତଦନ୍ତ ପରେ ପୋଲିସ ମନୀଷଙ୍କ ଏକ ସୁଇସାଇଡ ନୋଟ ଜବତ କରିଛି । ଆର୍ଥିକ ସଂକଟ କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମନୀଷ ଦର୍ଶାଇଥିବା ଜଣାଯାଇଛି । 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ମନୀଷଙ୍କ ଫର୍ଣ୍ଣିଚର ବିଜନେସ ଥିଲା ଏବଂ ତାଙ୍କ ନିକଟରେ ୩୫ ଜଣ କର୍ମଚାରୀ କାମ କରୁଥିଲେ । ଗତକାଲି କେତେକ କର୍ମଚାରୀ ମନୀଷଙ୍କୁ ଫୋନ କରିଥିଲେ । ମାତ୍ର ପ୍ରତ୍ୟୁତ୍ତର ନ ମିଳିବାରୁ ସେମାନେ ଘରକୁ ଆସି ଦେଖନ୍ତି ସାରା ପରିବାର ଚିରଦିନ ଲାଗି ଆଖିବୁଜିଛନ୍ତି । ଶବଗୁଡିକର ପୋଷ୍ଟମର୍ଟମ ଲାଗି ପୋଲିସ ପଠାଇଛି ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story