ଏହି ଲୋକପ୍ରିୟ ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ , ୪୦ ଆହତ

ଓଡ଼ିଆ ଗସିପ୍ ବ୍ୟୁରୋ: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
ଆଧିକ ପଢନ୍ତୁ :ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଏହି ରାଶି ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବ! ପଢନ୍ତୁ ଆଜିର ରାଶିଫଳ
ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୪୦ ଜଣ ଆହତଙ୍କୁ ସହରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!
ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ମହମ୍ମଦ ଶିହାବ କହିଛନ୍ତି ଯେ, ଢାକାର ବେଲି ରୋଡରେ ଥିବା ଏକ ଲୋକପ୍ରିୟ ରେସ୍ତୋରାଁରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୯.୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ, ଦୋଖୁ ଦେଖୁ ନିଆଁ ପୁରା ସମଗ୍ର ବିଲ୍ଡିଂରେ ବ୍ୟାପିଯାଇଥିଲା । ଏହା ପରେ ଲୋକମାନେ ଉକ୍ତ ନିଆଁ ଭିତରେ ଫସି ଯାଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ବହୁ କସରତ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହିଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ଜଣାପଡି ନାହିଁ।
ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ