ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ସମସ୍ତ ଓଡ଼ିଆ ଶ୍ରମିକ, ୧୭ ଦିନର ଉଦ୍ଧାର ଅଭିଯାନ, ବଞ୍ଚିଗଲା ୪୧ ବହୁମୂଲ୍ୟ ଜୀବନ
 

41 trapped workers rescued from Uttarkashi tunnel after 17 days
ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ସମସ୍ତ ଶ୍ରମିକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର । ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କୟାରା ସୁଡଙ୍ଗ ଭୁଶୁଡ଼ି ପଡ଼ିବା ଯୋଗୁଁ ଫସିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଓଡ଼ିଶାର ୫ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେବା ପରେ ଉତ୍ସବର ମାହୋଲ ଦେଖାଯାଇଛି। 

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର, ନବରଂଗପୁର ଜିଲ୍ଲା ଡାବୁଗାଁ ଅଧୀନ ତାଲବେଡ଼ା, ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଳଡିହା,  ବାଙ୍ଗିରିପୋଷୀ ଥାନା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଯୋଗୀବନ୍ଧ ଓ ବେଢ଼ାକୁଦର ଗାଁରେ ଲୋକେ ଅଧିକ ଉତ୍ସାହିତ ହୋଇଛନ୍ତି। ସାନକୃଷ୍ଣପୁର ଗାଁର ତପନ ମଣ୍ଡଳଙ୍କ ପରିବାର ଖୁସିରେ ମିଠା ବାଣ୍ଟିଛନ୍ତି। ସେହିପରି ରାଇରଂଗପୁରରେ ଲୋକେ ଦୀପାବଳି ଭଳି ବାଣ ଫୁଟାଇଛନ୍ତି। ଶ୍ରମିକଙ୍କ ପରିବାର ଓ ଆତ୍ମୀୟସ୍ବଜନ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଖୁସି ମନାଇଛନ୍ତି।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ଦ୍ୱିତୀୟ ଦଫାରେ ଆଉ ୪ ଶ୍ରମିକ ଉଦ୍ଧାର କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଧିରଧିରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

ଟନେଲ ବାହାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା। ଆବଶ୍ୟକ ହେଲେ ସେମାନଙ୍କୁ ବଡ଼ ହସ୍ପିଟାଲ ପଠାଯିବ। ଆବଶ୍ୟକସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯିବ। ଏୟାରଲିଫ୍ଟ ପାଇଁ ବାୟୁସେନା ଚିନୁକ୍‌ ହେଲିକପ୍ଟର ଘଟଣା ସ୍ଥାନରେ ତୟାର ରହିଛି।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

Share this story