ଘର ଭିତରେ ଫାଟିଲା ଫ୍ରିଜ୍‌; ୩ ପିଲାଙ୍କ ସମେତ ଗୋଟିଏ ପରିବାରରେ ୫ ମୃତ
 

3 children among 5 killed after fridge compressor explodes in Jalandhar
ଫାଟିଲା ଫ୍ରିଜ୍‌ ଚାଲିଗଲା ୫ ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରେଫ୍ରିଜରେଟର ପ୍ରାୟ ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ, ରେଫ୍ରିଜରେଟର, ଟିଭି ଏବଂ ୱାଶିଂ ମେସିନ୍ ଏପରି କିଛି ଇଲେକ୍ଟ୍ରୋନିକ୍ ଉତ୍ପାଦ ଯାହାକି ବର୍ଷ ବର୍ଷ ଧରି ଚାଲିଥାଏ। କିନ୍ତୁ ଯଦି ଏହି ବୈଦ୍ୟୁତିକ ଉପକରଣଗୁଡ଼ିକର ଯତ୍ନ ନିଆଯାଏ ନାହିଁ, ତେବେ ସେମାନେ ଆପଣଙ୍କ ଜୀବନର ଶତ୍ରୁ ହୋଇପାରନ୍ତି।

ନିକଟରେ ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍‌ କମ୍ପ୍ରେସର୍‌’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଡବଲ୍ ଡୋର ଫ୍ରିଜ୍ ବହୁତ ପୁରୁଣା ନଥିଲା, ଏହା ମାତ୍ର ୭ ମାସ ପୁରୁଣା।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ପୁଲିସ କହିଛି, ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ‘ଫ୍ରିଜ୍‌’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଆହତ ହୋଇଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଲା। ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍‌ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ।

ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍‌ସିକ୍‌ ଟିମ୍‌’କୁ ଡକାଯାଇଥିବା କଥା ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଜଳନ୍ଧରର ଅତିରିକ୍ତ ଡେପୁଟି ପୁଲିସ କମିସନର୍‌ ଆଦିତ୍ୟ କହିଛନ୍ତି, ଜଳନ୍ଧରର ଅବତାର ନଗରସ୍ଥିତ ଏକ ଘରେ ବିସ୍ଫୋରଣ ଭଳି ଘଟଣା ଘଟିଥିବା ସୂଚନା ପାଇବା କ୍ଷଣି ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ତଦନ୍ତ କରୁଛୁ। ଏଥପାଇଁ ଆମେ ‘ଫୋରେନ୍‌ସିକ୍‌’ ବିଶେଷଜ୍ଞ ଟିମ୍‌ ଡକାଇଛି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 
 

Share this story