କଣ୍ଟେନର ପଛକୁ ଧକ୍କା ଦେଲା ମିନି ବସ୍, ମର୍ମନ୍ତୁଦ ଦୁର୍ଘଟଣା ରେ ୧୨ ମୃତ, ୨୩ ଆହତ

ଓଡ଼ିଆ ଗସିପ୍ ବ୍ୟୁରୋ: ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଏକ କଣ୍ଟେନର ପଛରେ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!
ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ବସଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ବସରେ ୩୫ ଜଣ ଯାତ୍ରୀ ରହିଥିବା ବେଳେ ହଠାତ୍ କଣ୍ଟେନରକୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ୧୨ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳା ଏବଂ ନାବାଳିକା ରହିଛନ୍ତି । ଆହତ ହୋଇଥିବା ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଛତ୍ରପତି ସମ୍ଭାଜୀନଗର ସରକାରୀ ହସ୍ପିଟାଲ, କିଛି ନାସିକ ଏବଂ କିଛି ପୁନେ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ବସଟିର ଅଧିକାଂଶ ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ମୁମ୍ବାଇଠାରୁ ପାଖାପାଖି ୩୫୦ କିମି ଦୂରରେ ଅବସ୍ଥିତ ଭାଇଜାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ