ଜଣ୍ଡିସ୍‍ କ’ଣ? ଜାଣନ୍ତୁ ଏହାର ଲକ୍ଷଣ, କ’ଣ ଖାଇବେ ଓ କ’ଣ ନାହିଁ ନିଶ୍ଚୟ ଜାଣି ରଖନ୍ତୁ...
 

What is Jaundice Know Foods to Eat and Foods to Avoid
ଜଣ୍ଡିସ୍‍ କ’ଣ? ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣ୍ଡିସ୍‍ ହେଉଛି ଏକ ଏଭଳି ରୋଗ ଯାହାର ମୂଳ କାରଣ ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ । ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ହେଁ ଏ ରୋଗର ଆହୁରି ଅନେକ କରାଣ ରହିଛି । 

ଶରୀରରେ ଥିବା ଲୋହିତ ରକ୍ତକଣିକା ବିଶେଷମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ । ଏ କଣିକା ନଷ୍ଟହେବାର କାରଣ ମଧ୍ୟରେ ରହିଛି ଆଧୁନିକ ଔଷଧର କୁପ୍ରଭାବ; ଯଥା: କୁଇନାଇନ ସଲଫୋନ୍ ଶାଇଡ, ଆଇସୋନେକ୍ସ ଭଳି ଔଷଧ ବହୁତ ବ୍ୟବହାର । ଏତଦ୍ ବ୍ୟତୀତ ପୁରାତନ ମ୍ୟାଲେରିଆ, କଳାଜ୍ଵର, ସିକଲ ଆଦି ରୋଗ କାରଣରୁ ମଧ୍ୟ ଲୋହିତ ରକ୍ତକଣିକା ନଷ୍ଟ ହୋଇଥାଏ । 

ନବଜାତ ଶିଶୁର ରକ୍ତରେ ଆର୍.ଏଚ୍.ର ଅସମତା ରହିଲେ ମଧ୍ୟ ଜଣ୍ଡିସ୍ ହୋଇଥାଏ । କେତେକ ସ୍ଥଳେ ପାଣ୍ଡୁ ଅର୍ଥାତ୍ ଆନେମିଆ ହେବାପରେ ଆଖିର ଚର୍ମ ଧଳା ରଙ୍ଗରୁ ହଳଦିଆ ହୋଇଯାଏ । ଯେତେବେଳେ ଲାଲ ରକ୍ତ କଣିକା ଭାଙ୍ଗିବା ଆରମ୍ଭ କରେ ସେତେବେଳେ ରକ୍ତରେ ବିଲିରୁବିନର ସ୍ତର ବଡିଯାଏ । ଜଣ୍ଡିସ୍‍ ହେବା ମାତ୍ରେ ଖାଦ୍ୟ ପାନୀୟରେ ବିଶେଷ ଯତ୍ନ ନେବା ଆବଶ୍ୟକ । 

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

ଜଣ୍ଡିସ୍‍ ର କେତେକ ସାଧାରଣ ଲକ୍ଷଣ ରହିଛି । ସେଥିମଧ୍ୟରୁ ଚର୍ମ ଆଭ୍ୟନ୍ତରୀଣ ଅଙ୍ଗ ହଳଦିଆ ପଡିବା, ପେଟ ଯନ୍ତ୍ରଣା, ପେଟ ଖରାପ, ବାନ୍ତି, କାଶ, ଥକାପଣ, ପେଟ ଫୁଲିବା । ଭାଇରସ୍‍ ସଂକ୍ରମଣ, ଯକୃତ ରୋଗ, ଗଳା ଦରଜ ହେବା, ମଦ୍ୟପାନ କିମ୍ବା ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣ ଭଳି ଅନେକ କାରଣରୁ ଏହି ରୋଗ ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଖାଇବା ଜରୁରୀ ।

କଣ ଖାଇବେ: ପାଣି, ଜୁସ୍‍, ପଇଡ ପାଣି ପ୍ରଚୁର ପରିମାଣରେ ପିଇବେ । ଫଳ ମଧ୍ୟରେ ସେଓ, ତରଭୁଜ, କମଳା, ଅଙ୍ଗୁର ଏବଂ ଡାଳିମ୍ବ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ସେହିପରି ପନିପରିବା ମଧ୍ୟରେ ଗାଜର, ଭେଣ୍ଡି, ପାଳଙ୍ଗ, ଟମାଟର ଏବଂ ଧନିଆ ଖାଇବା ଜରୁରୀ । ପ୍ରୋଟିନ ପାଇଁ ଡାଲି, ମାଛ ଏବଂ ଅଣ୍ଡା ଖାଇପାରିବେ । ସେହିଭଳି ଗାଜର ଜୁସ୍‍, ଟମାଟର ଜୁସ୍‍ ପିଇବା ଜଣ୍ଡିସ୍‍ ପାଇଁ ଲାଭଦାୟକ ହୋଇଥାଏ ।

କଣ ଖାଇବେ ନାହିଁ: ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ, ଅତ୍ୟଧିକ ରାଗ ଓ ମସଲାଯୁକ୍ତ ଖାଦ୍ୟ, ମାଂସ, ରେଡ ମିଟ୍‍, ଅଣ୍ଡାର କେଶର, ଜଙ୍କ ଫୁଡ, ଫାଷ୍ଟ ଫୁଡ, ମଦ୍ୟପାନ, ଚା, କଫି ଏବଂ କଦଳୀ ଖାଇବାକୁ ବାରଣ କରାଯାଇଛି ।

ଆଧିକ ପଢନ୍ତୁ: ପରିସ୍ରାର ସଂକ୍ରମଣ, କେମିତି ରୋକିବେ? ଯଦି ଆପଣ ଜଣେ ମହିଳା ତାହେଲେ ନିଶ୍ଚୟ ଜାଣନ୍ତୁ

କେବଳ ଡାକ୍ତର ଔଷଧ ଖାଇଦେଲେ କିମ୍ବା ଘରୋଇ ଉପଚାର କରିଦେଲେ ଜଣ୍ଡିସ ଦୂର ହୋଇଯିବ ତାହା ନୁହେଁ ବରଂ ଏଥିପାଇଁ ଏହି ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ ।

  • ବିଶ୍ରାମ ନିଅନ୍ତୁ
  • ମଦ୍ୟପାନ କରନ୍ତୁ ନାହିଁ । କାରଣ ମଦ ଯକୃତ ଉପରେ ଅଧିକ ପ୍ରଭାବ ପକାଏ
  • ଧୂମପାନ କରନ୍ତୁ ନାହିଁ । ଧୂମପାନ କରୁଥିବା ବ୍ୟକ୍ତିଠାରୁ ଦୂରେଇ ରହନ୍ତୁ ।
  • ଶୁଦ୍ଧ ଓ ସ୍ଵଚ୍ଛ ପାଣି ବ୍ୟବହାର କରନ୍ତୁ ଡାକ୍ତ ରଙ୍କ ଅନୁସାରେ ଖାଦ୍ୟ ଗ୍ରହଣ କରନ୍ତୁ
  • କମ୍ ଚର୍ବିଜାତୀୟ ଓ କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ
  • ଅଧିକ ତେଲଯୁକ୍ତ ଖାଦ୍ୟ , ଘିଅ ଓ ରୋଗ ମସଲା ଖାଆନ୍ତୁ ନାହିଁ
  • ରୋଗୀ ଫଳ ଓ ସବୁଜ ପାଣିପାରିବାକୁ ସୁପ୍ କରି ପିଇବା ଦରକାର ।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story