ଥାଏରଏଡ୍‌ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍...
 

What foods are bad for the thyroid
ଥାଏରଏଡ୍‌ ବୃଦ୍ଧି ପାଇବାର କାରଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଥାଏରଏଡ୍‌ ହେଉଛି ବେକର ତଳ ଅଂଶ ମଝିରେ ଥିବା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହା ଶରୀରର ମେଟାବୋଲିଜିମ୍ ନିୟନ୍ତ୍ରଣ କରେ। ଆମେ ଯାହା ଖାଉ, ଏହି ଗ୍ରନ୍ଥି ଏହାକୁ ଶକ୍ତିରେ ପରିଣତ କରେ। ଏହା ସହିତ ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଥାଏରଏଡ୍‌ ବୃଦ୍ଧି ହେବାର କାରଣ:

ଥାଏରଏଡ୍‌ ହେଉଛି ଏକ ସମସ୍ୟା ଯେଉଁଥି ପାଇଁ ଚାପ, ଭିଟାମିନ୍ ଏର ଅଭାବ, ଶରୀରରେ ଆୟୋଡିନ୍ ଅଭାବ, ହରମୋନ୍ ଅସନ୍ତୁଳନ, ଶରୀରରେ ବିଷାକ୍ତ ପଦାର୍ଥ ଓ ଔଷଧ ସେବନ ଥାଏରଏଡକୁ ଶୀଘ୍ର ବଢ଼ାଇଥାଏ।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଥାଏରଏଡ୍‌ ଭଳି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜର ଖାଦ୍ୟ ପେୟ ଉପରେ ବିଶେଷ ଯତ୍ନ ଦେବାକୁ ପଡିଥାଏ । ଯେପରିକି ଯଦି ଆପଣଙ୍କୁ ହାଇପର ଥାଇରଡର ଅସୁବିଧା ଥାଏ ତେବେ ଆପଣ ପରିବାମାନଙ୍କ ମଧ୍ୟରୁ ବନ୍ଧା କୋବି, ଫୁଲ କୋବି, ଓଳ କୋବି ଓ ବିଟକୁ ଖାଇବା ଜମା ଉଚିତ ନୁହେଁ ।

ଥାଏରଏଡ୍‌ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଗଲେ, ଔଷଧର ପାର୍ଶ୍ଵ ପ୍ରତିକ୍ରିୟା, ଖାଦ୍ଯରେ ଆୟୋଡିନର ଅଭାବ, ଗଲା ଫୁଲିବା, ଓଜନ କମିବା, ଅଧିକ ଝାଳ ବୋହିବା, ଋତୁସ୍ରାବରେ ଅନିୟମିତତା ଓ ହାଲିଆ ଲାଗିଲା ଭଳି ସମସ୍ଯା ଦେଖାଯାଇଥାଏ । ଯାହା ପରେ ଆପଣମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଥାଏରଏଡ୍‌ ରୁ ରକ୍ଷା ପାଇବାକୁ ହେଲେ ଆୟୋଡିନ ଯୁକ୍ତ ଲୁଣ ଖାଇବା ଉଚିତ ।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ଯଦି ଆପଣଙ୍କୁ ପୂର୍ବରୁ ହିଁ ଥାଏରଏଡ୍‌ ର ସମସ୍ଯା ରହିଛି, ତେବେ ଆପଣ ଆଳୁ, ବିଲାତି, ଭେଣ୍ଡି, ଛତୁ, ଗାଜର, ସିମଲା ଲଙ୍କା, ଖାଇ ପାରନ୍ତି । ଏହାସହ ଯଦି ଆପଣଙ୍କୁ ଥାଏରଏଡ୍‌ ସମସ୍ଯା ରହିଛି, ତେବେ ଆପଣ ମଟନର କଲିଜା ବା ମଟନର କରାଟ ଆଦି ଖାଇବା ଉଚିତ ହୋଇ ନଥାଏ । ଏ ଗୁଡିକ ଖାଇବା ଦ୍ଵାରା ଥାଇରଡ ଥାଏରଏଡ୍‌ ର ସମସ୍ଯା ବଢି ଯାଇଥାଏ ।

ଥାଏରଏଡ୍‌ ରୁ ରକ୍ଷା ପାଇବାକୁ ହେଲେ ଅଣ୍ଡାର କେଶର, ମାଛ ଓ ଚିଙ୍ଗୁଡି ଇତ୍ୟାଦି କୁ ମଧ୍ୟ ନିଜର ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ । କାରଣ ଏହି ଜିନିଷ ଗୁଡିକ ରେ ଆୟୋଡିନର ମାତ୍ରା ଅତ୍ୟାଧିକ ଭାବରେ ରହିଥାଏ । ଯଦି ଆପଣ ସକାଳେ ଖାଲି ପେଟରେ ଲାଉ ଜୁସ ବା ଅଁଳା ଜୁସ ର ସେବନ କରନ୍ତି, ତେବେ ଏହା ଆପଣ ଶରୀରରୁ ଥାଏରଏଡ୍‌ ରୁ ମୁକ୍ତ କରିଥାଏ ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story