ଗବେଷଣା ରିପୋର୍ଟରୁ ବଡ ଖୁଲାସା, କୋଭିଡ୍‌‌ ଯୋଗୁଁ ଫୁସ୍‌‌ଫୁସ୍‌‌ ହୋଇଛି ଦୁର୍ବଳ!
 

What Does COVID-19 Do to the Lungs
ଫୁସ୍‌‌ଫୁସ୍‌‌କୁ ଦୁର୍ବଳ କରିଛି କୋଭିଡ୍‌‌
 

ଓଡ଼ିଆ ଗସିପ୍ ବ୍ୟୁରୋ: କୋଭିଡ୍‌‌ର ତିନି ଚାରିଟି ଲହର ଆସିଲା ଆଉ ଚାଲିଗଲା ମଧ୍ୟ। କୋଭିଡ୍‌‌ ମହାମାରୀର ଭୟ ଆଉ ନାହିଁ। କିନ୍ତୁ କୋଭିଡ୍‌‌ ସଂକ୍ରମିତଙ୍କ ପାଇଁ ଛାଡ଼ି ଯାଇଛି ଯନ୍ତ୍ରଣା। ତିନି ବର୍ଷ ପୂର୍ବର ସଂକ୍ରମଣ ପାଇଁ ଏବେ ବି ରୋଗ ଯନ୍ତ୍ରଣାରୁ ନିସ୍ତାର ମିଳୁନାହିଁ। ଏପରିକି ୟୁରୋପ ଓ ଚାଇନାଠାରୁ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ବିଶେଷକରି ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ବେଶ୍‌‌ ଉତ୍କଟ ରହିଛି। 

ଭେଲୋର୍‌ସ୍ଥିତ ଖ୍ରୀଷ୍ଟିଆନ୍‌‌ ମେଡିକାଲ କଲେଜ (ସିଏମ୍‌‌ସି) ପକ୍ଷରୁ ଅନୁଷ୍ଠିତ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ଭାରତରେ କୋଭିଡ୍‌‌ର ପ୍ରଥମ ଲହର ଆରମ୍ଭ ହେବାର ୬୩ ଦିନ ପରେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସିଏମ୍‌‌ସିର ପଲମୋନାରୀ ମେଡିସିନ୍‌‌ ବିଭାଗର ବିଶେଷଜ୍ଞମାନେ ୨୦୨୦ ଅଗଷ୍ଟ ୧୧ରୁ ୨୦୨୧ ଜାନୁଆରୀ ୧୪ ମଧ୍ୟରେ ସଂକ୍ରମିତଙ୍କ ଉପରେ ପରୀକ୍ଷା ଜାରି ରଖିଥିଲେ। ସେମାନେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ପରୀକ୍ଷା କରିବା ସହ ବ୍ୟାୟାମ ଦକ୍ଷତା, ଛାତିର ରେଡିଓଗ୍ରାଫି, ଜୀବନଶୈଳୀ ଆଦିର ମାନକ ଆଧାରରେ ଗବେଷଣା କରିଥିଲେ।

ଆଧିକ ପଢନ୍ତୁ: ଫ୍ୟାଟି ଲିଭର୍ ଡିଜିଜ୍ ନେଇ ଯିବ ଜୀବନ! ରୁହନ୍ତୁ ସତର୍କ ଓ ତୁରନ୍ତ କରନ୍ତୁ ଏହି କାମ...

ଗବେଷଣା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସେମାନଙ୍କ ଫୁସ୍‌‌ଫୁସ୍‌‌ଜନିତ ସମସ୍ୟାରେ ସୁଧାର ଆସିପାରିନାହିଁ। ସେମାନଙ୍କ ଶରୀରରୁ ଅଙ୍ଗାରକାମ୍ଳ ଛାଡ଼ିବାରେ ସମସ୍ୟା ରହିଥିବା ବେଳେ ରକ୍ତକୋଷିକାରେ ଅମ୍ଳଜାନ୍‌‌ ଠିକ୍‌‌ ଭାବେ ପହଞ୍ଚି ପାରୁନାହିଁ। ପ୍ରାୟ ୪୪% ରୋଗୀଙ୍କଠାରେ ଏହି ସମସ୍ୟା ରହିଥିଲା। ସେହିପରି ୩୫%ଙ୍କଠାରେ ଫୁସ୍‌‌ଫୁସ୍‌‌ ଶତପ୍ରତିଶତ କାମ କରୁନଥିବା ବେଳେ ୮.୩%ଙ୍କଠାରେ ଉଭୟ ସମସ୍ୟା ରହିଛି। 

ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କଠାରେ ଆଗକୁ ଗୁରୁତର ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ସିଏମ୍‌‌ସିର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ପାଇଁ ସେମାନେ ଦୈନିନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ଅକ୍ଷମ ହେଉଛନ୍ତି। ଏଥିସହ ଦୌଡ଼ିବା କିମ୍ବା ଅଧିକ ପରିଶ୍ରମ କରିବାରେ ଅସମର୍ଥ ହୋଇପାରନ୍ତି। ସେମାନଙ୍କ ଫୁସ୍‌‌ଫୁସ୍‌‌ ଅଧିକ ବେଗରେ ଚାଲିବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ‌ଦେଖାଦେଉଛି।

ଆଧିକ ପଢନ୍ତୁ: ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ଏହି ଗବେଷଣା ସମୟରେ ଭାରତ ସମେତ ଅନ୍ୟ ଦେଶର ସଂକ୍ରମିତଙ୍କଠାରେ ବହୁବିଧ ରୋଗର ପ୍ରଭାବ ସମ୍ପର୍କରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏଥିରେ ମଧ୍ୟ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା। ପ୍ରାୟ ୭୨.୫% ଲୋକ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବେଳେ ସେଥିରୁ ୪୦%ଙ୍କଠାରେ ଦୁଇଟି କିମ୍ବା ଅଧିକ ରୋଗ ଥିବା ଜଣାପଡ଼ିଥିଲା। 

କୋଭିଡ୍‌‌ ସଂକ୍ରମଣ ହେତୁ ମଧୁମେହ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଗୁରୁତର ସମସ୍ୟା, ହୃଦରୋଗ, କିଡ୍‌‌ନୀ ଆଦି ରୋଗ ପୂର୍ବାପେକ୍ଷା ଅଧିକ ଜଟିଳ ହୋଇଛି। ତେବେ ୟୁରୋପ କିମ୍ବା ଚୀନ୍‌‌ର ଲୋକଙ୍କଠାରେ ଅତି ବେଶିରେ ଗୋଟିଏ କିମ୍ବା ଦୁଇଟି ରୋଗ ଦେଖାଦେଉଛି। ଅନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ କମ୍‌‌ ରହୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌‌ଓ)ର ମାନକ ଅନୁସାରେ ଗବେଷଣାରେ ସାମିଲ ସଂକ୍ରମିତଙ୍କ ମଧ୍ୟରୁ ୨୦.୩%ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା।

ଆଧିକ ପଢନ୍ତୁ : ଲିଭର ଡ୍ୟାମେଜ୍‌ ହେବା ପୂର୍ବ ରୁ ମିଳିଥାଏ ଏହି ସବୁ ସଂକେତ! ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ...
 

Share this story