ପୁରୁଷ ଅପେକ୍ଷା ମହିଳାଙ୍କ ଠାରେ ଅଧିକ ଦେଖାଯାଏ ୟୁରିନାରୀ ଟ୍ରାକ୍ ଇନଫେକ୍ସନ ସମସ୍ୟା, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଟିପ୍ସ
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେବେ ଏହିସବୁ ରୋଗ ମଧ୍ୟରୁ ଗୋଟିଏ ହେଉଛି ୟୁରିନାରୀ ଟ୍ରାକ୍ ଇନଫେକ୍ସନ । ଯାହାଫଳରେ ଏହା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ ।
ବିଶେଷଜ୍ଞ କୁହନ୍ତି, “ମହିଳାଙ୍କ ଶରୀରରେ ମୂତ୍ର ମାର୍ଗ ବହୁତ ଛୋଟ ଅଟେ । ଏହା ଏକ ଟ୍ୟୁବ୍ ଯାହା ମାଧ୍ୟମରେ ପରିସ୍ରା ଶରୀରରୁ ବାହାରିଥାଏ । ମହିଳାମାନଙ୍କଠାରେ ମୂତ୍ରାଶୟ ସିଧାସଳଖ ବ୍ଲାଡରରୁ ଯୋନୀକୁ ଖୋଲିଥାଏ । ଏହି କ୍ଷେତ୍ରରେ, ସଂକ୍ରମିତ ଶୌଚାଳୟର ବ୍ୟବହାର କିମ୍ବା ସ୍ୱଚ୍ଛତା ଅଭାବରୁ ମହିଳାମାନେ UTI ସମାସ୍ୟାରେ ସମ୍ମୁଖିନ ହୁଅନ୍ତି । ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହଜରେ ବ୍ଲାଡରରେ ପହଞ୍ଚନ୍ତି । ଯଦି UTI ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ । ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ ।
ତେବେ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଦେଇଥାଏ ।
UTI ଯୋଗୁଁ ବ୍ଲାଡର ସଂକ୍ରମିତ ହୁଏ । ଆହୁରି ମଧ୍ୟ, ଯେତେବେଳେ UTI ହୁଏ ସେତେବେଳେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ ।
ପରିସ୍ରା ଜଳିବା, ବାରମ୍ବାର ପରିସ୍ରା ଯିବା, ପରିସ୍ରାରେ ଗନ୍ଧ, ବାନ୍ତି ପେଟ ଓ ତଳ ପିଠି ଯନ୍ତ୍ରଣା , ଜ୍ୱର, ଥଣ୍ଡା, ପରିସ୍ରା ରଙ୍ଗ ପରିବର୍ତ୍ତନ
ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ
ଯଦି ଆପଣ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ UTI ସମସ୍ୟା ଦ୍ୱାରା ବାରମ୍ବାର ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ଏହି ଜିନିଷଗୁଡିକରୁ ଦୂରେଇ ରହିବା ଉଚିତ୍-
ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇବା , କମ୍ ପାଣି ପିଇବା , କୋଷ୍ଠକାଠିନ୍ୟ, ଖରାପ ବ୍ୟକ୍ତିଗତ ସ୍ୱଚ୍ଛତା , ଟାଇଟ୍ ପୋଷାକ ପିନ୍ଧିବା
ତେବେ ଏହି ୟୁରିନ ଉନଫେକ୍ସନକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ୟୁରିନ ଇନଫେକ୍ସନ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ…
ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
UTI ରୋକିବା ପାଇଁ ସରଳ ଟିପ୍ସ-
ଅଧିକ ପାଣି ପିଅନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଧିକ ପାଣି ପିଇବା ୟୁରୀନଟ୍ରାକ ଇନଫେକ୍ସନ ପାଇଁ ଲାଭଦାୟକ ହୋଇଥାଏ । ପାଣି ପିଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱ ଏବଂ ଲେଟ୍ରୋଲାଇଟସ୍ ବ୍ୟତୀତ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏଥିସହିତ ଶରୀର ଡିହାଇଡ୍ରେଟ ରହିଥାଏ । ଫଳରେ ୟୁରିନ ଇନଫେକ୍ସନ କମ ହୋଇଥାଏ । ତେଣୁ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନରୁ ଦୂରେଇ ରହିବା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।
ରସୁଣ ଖାଆନ୍ତୁ: ରସୁଣର 1 ପାଖୋଡାକୁ ଖାଲି ପେଟରେ ଖାଆନ୍ତୁ । ଏହା UTI ସହିତ ଲଢେ ଓ କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ସତେଜ ରସୁଣ ରସରେ ଇ.କୋଲି ବ୍ୟାକ୍ଟେରିଆର ଅଭିବୃଦ୍ଧି ହ୍ରାସ କରିବାର କ୍ଷମତା ଅଛି, ଯାହା UTI ରୁ ରକ୍ଷା କରେ । ଏହା ବ୍ୟତୀତ ରସୁଣରେ ଆଲିସିନ୍, ଆଣ୍ଟିମାଇକ୍ରୋବାୟଲ୍ ଓ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା UTI ର ସମସ୍ୟାକୁ ହ୍ରାସ କରିଥାଏ ।
ଆମଲା ଖାଅନ୍ତୁ: ଖାଲି ପେଟରେ ଗୋଟିଏ ଛୋଟ ଆମ୍ଲା ଖାଆନ୍ତୁ । ଆମଲାରେ ଭିଟାମିନ୍-ସି ଭରପୂର ଓ ଏହା ଭୂତାଣୁ ବୃଦ୍ଧିରେ ରୋକିଥାଏ । ଏହା ଶରୀରରେ ଥିବା ସମସ୍ତ ବିଷାକ୍ତ ଉପାଦାନକୁ ଦୂର କରିଥାଏ । ଏହା ପେଟ ଓ କିଡନୀକୁ ସଫା କରିଥାଏ ଏବଂ ପରିସ୍ରା ସଂକ୍ରମଣର କୌଣସି ଅସୁବିଧା ହୋଇନଥାଏ ।
ନଡ଼ିଆ ପାଣି: ବାର୍ଲି ପାଣି ଇତ୍ୟାଦି ତରଳ ପଦାର୍ଥ ପିଅନ୍ତୁ । ନଡିଆ ପାଣି ଆଣ୍ଟି-ବ୍ୟାକ୍ଟେରିଆଲ୍ ଅଟେ, ଯାହା ବ୍ଲାଡରର ଭୂତାଣୁ ସଫା କରିବାରେ ସହାୟକ ହୋଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ହୋଇ ନଥାଏ ଓ ପରିସ୍ରା ସଂକ୍ରମଣକୁ ମଧ୍ୟ ରୋକାଯାଇଥାଏ ।
କ୍ରେନବେରୀ ଜୁସ୍: ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ମତରେ କ୍ରେନବେରୀ ଜୁସ୍ ୟୁଟିଆଇ ଅର୍ଥାତ ୟୁରୀନୀରୀ ଟ୍ରାକ ଇନଫେକ୍ସନ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ ପଲିଫେନୋଲ ସହିତ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଫଳରେ ଏହା ସଂକ୍ରମଣକୁ ରୋକିବା ସହ କ୍ଷତସ୍ଥାନକୁ ମଧ୍ୟ ଜଲଦି ଭଲ କରିବାରେ ସାହାଯ୍ୟ କରିଥାଏ । ତେଣୁ ୟୁଟିଆଇ ସମୟରେ ପ୍ରଚୁର ପରିମାଣର କ୍ରେନବେରୀ ଜୁସ୍ ସେବନ କରନ୍ତୁ ।
ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)