ବୟସ ଅନୁସାରେ ବ୍ଲଡ଼-ସୁଗାର ସ୍ତର କେତେ ରହିବା ଉଚିତ୍? ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

Tips to Control Diabetes
ବୟସ ଅନୁସାରେ ରକ୍ତରେ ଶର୍କରା ସ୍ତର କ’ଣ ହେବା ଉଚିତ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଧୁମେହ ବା ଡାଇସେଟିସ୍ ଏତେ ସାଧାରଣ ହୋଇଗଲାଣି ଯେ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଖରାପ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ ମଧୁମେହର ଶିକାର ହେଉଛନ୍ତି। ଡାଇସେଟିସ୍ ରୋଗ ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ପିଛା ଛାଡେ ନାହିଁ ।

ମଧୁମେହ ବଂଶଗତ କାରଣ ପାଇଁ ହୋଇପାରେ, ହେଲେ ଖାସକରି ଆମ ଜୀବନ ଶେଳୀରେ ଥିବା ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ । ଡାଇବେଟିସ୍ ହୁଏ ଯେତେବେଳେ ଶରୀର ଯଥେଷ୍ଟ ଇନସୁଲିନ୍ ଉତ୍ପାଦନ କରିପାରିବ ନାହିଁ କିମ୍ବା ଇନସୁଲିନ୍ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବ ନାହିଁ, ଯାହାଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ପାଇଥାଏ। 

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଡାଇସେଟିସ୍ ହେବା ପୂର୍ବରୁ ଏହାର ଲକ୍ଷଣ ଶରୀରରେ ଦେଖାଯାଇଥାଏ । ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଏପରି ଥାଏ,ଯେଉଁଥିରେ ସାବଧାନରେ ନ ରହିଲେ ଏହା ଡାଇବେଟିସରେ ପରିଣତ ହୋଇଯାଏ । ପ୍ରି ମଧୁମେହରେ ଲକ୍ଷଣ ଦେଖାଯିବା ପୂର୍ବରୁ ମଧ୍ୟ ଶରୀର କିଛି ପ୍ରକାରର ସଙ୍କେତ ଦେଇଥାଏ । ଏହାକୁ ଚିହ୍ନିବା ଦ୍ୱାରା ଆପଣ ସବୁଦିନ ପାଇଁ ମଧୁମେହରୁ ରକ୍ଷା ପାଇପାରିବେ। ହେଲେ ସଚେତନତା ଅଭାବରୁ ଅନେକ ଲୋକ ଲକ୍ଷଣକୁ ଜାଣି ପାରନ୍ତି ନାହିଁ। 

ମଧୁମେହ ଅନେକ ରୋଗ ସୃଷ୍ଟି କରେ, ଯେପରି ଆଖି ଦୃଷ୍ଟିଶକ୍ତି, ଉଚ୍ଚ ରକ୍ତଚାପ, ହୃଦ ରୋଗ, କିଡନୀ ରୋଗ, ଏପରି ପରିସ୍ଥିତିରେ ଶରୀର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ତଥାପି, ଆପଣ ଉପଯୁକ୍ତ ଖାଦ୍ୟ ଏବଂ ଉପଯୁକ୍ତ ବ୍ୟାୟାମ ମାଧ୍ୟମରେ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିପାରିବେ। ତେବେ ଆମ ବୟସ ଅନୁଯାୟୀ ଆମର  ରକ୍ତରେ ଶର୍କରା ସ୍ତର କ’ଣ ହେବା ଉଚିତ୍ ଆସନ୍ତୁ ଜାଣିବା।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ, ତେବେ ଖାଦ୍ୟ ଖାଇବାର ଗୋଟିଏ କିମ୍ବା ଦୁଇ ଘଣ୍ଟା ପରେ ଏହା ଡିସିଲିଟର ପ୍ରତି ୧୪୦ ମିଲିଗ୍ରାମ ହେବା ଉଚିତ। ଯଦି ଆପଣ ଉପବାସ କରୁଛନ୍ତି ତେବେ ୯୯ mg/dl ସୁସ୍ଥ ବୋଲି କୁହାଯାଏ। ଯଦି ସ୍ତର ଏହା ଠାରୁ ଅଧିକ ବଢ଼ିଯାଏ ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ନଚେତ୍ ସ୍ୱାସ୍ଥ୍ୟ ପ୍ରତି ବିପଦ।

ଯଦି ଆପଣ ୪୦ ବର୍ଷ ବୟସର, ତେବେ ଆପଣ ରକ୍ତକୁ ନିୟମିତ ଯାଞ୍ଚ କରିବା ଉଚିତ କାରଣ ଏହି ବୟସରେ ବିପଦ ବହୁତ ଅଧିକ। ୪୦ ରୁ ୫୦ ବର୍ଷ ବୟସର ଲୋକଙ୍କ ପାଇଁ ସୁଗାର ସ୍ତର ୯୦ ରୁ ୧୩୦ mg/dl ରହିବା ଉଚିତ୍, ଖାଇବା ପରେ ଏହି ସ୍ତର ୧୪୦ mg/dl ରୁ କମ୍ ଏବଂ ରାତ୍ରୀ ଭୋଜନ ପରେ ଏହା ୧୫୦ପର୍ଯ୍ୟନ୍ତ ହେବା ଉଚିତ୍।

ସୁଗାର ସ୍ତର କିପରି ନିୟନ୍ତ୍ରଣ କରିବେ?

ଯଦି ଆପଣଙ୍କ ମଧୁମେହ ଅଛି ତେବେ ଆପଣଙ୍କ ସ୍ତରକୁ ନିୟନ୍ତ୍ରଣ କରିବାକୁ ପଡିବ। ଏଥିପାଇଁ ଆପଣ ବ୍ୟାୟାମ, ପ୍ରାଣାୟମ କରିବା ଉଚିତ୍। ଯଦି ଆପଣ ପ୍ରତିଦିନ ଚାଲିବା ଅଭ୍ୟାସ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଡାଏଟ୍ ସମ୍ବନ୍ଧରେ, ଆପଣ ତେଲଯୁକ୍ତ ଖାଦ୍ୟ, ମିଠା ଜିନିଷ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ଯଥାସମ୍ଭବ ଏଡାଇବା ଉଚିତ୍।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...
 

Share this story