ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କିନ୍ତୁ ଏହି ସବୁ ଖାଦ୍ୟ ସହ ଭୁଲ୍‌ରେ ଖାଆନ୍ତୁନି, ଖାଇଲେ...
 

Never mix papaya with these 5 things know disadvantage of these combos
ଅମୃତଭଣ୍ଡା ସହ ଭୁଲ୍‌ରେ ଖାଆନ୍ତୁନି ଏହି ଖାଦ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଅମୃତଭଣ୍ଡା ଏପରି ଏକ ଫଳ, ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ କିନ୍ତୁ ଅନେକ ଲୋକ ଏହା ଜାଣି ନଥିବେ ଯେ ଅମୃତଭଣ୍ଡା ସହ କେଉଁ ସବୁ ଜିନିଷ ଖାଇଲେ କଣ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା... 

ଭଣ୍ଡା ସହ ଦହି: କେବେ ବି ଭୁଲ୍‌ ବସତଃ ପାଚିଲା ଭଣ୍ଡା ସହ ଦହି ଖାଆନ୍ତୁ ନାହିଁ । ଦହିର ପ୍ରକୃତି ଥଣ୍ଡା ହୋଇଥିବା କାରଣରୁ ଏହାଦ୍ୱାରା ସର୍ଦ୍ଦି, ଥଣ୍ଡା, କାଶ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଯଦି ଆପଣ ଦୁଇଟି ଯାକ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଭଣ୍ଡା ଖାଇବାର ଅତି କମ୍‌ରେ ୧ ଘଣ୍ଟା ପରେ ହିଁ ଦହି ଖାଆନ୍ତୁ ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ଭଣ୍ଡା ସହ କମଳା: ଆୟୁର୍ବେଦ ଅନୁଯାୟୀ ଭଣ୍ଡା ଓ କମଳା ପରସ୍ପର ବିପରୀତ ଧର୍ମୀ । ପାଚିଲା ଭଣ୍ଡାର ସ୍ବାଦ ମିଠା ହୋଇଥିବା ବେଳେ କମଳାର ସ୍ବାଦ ଖଟା ହୋଇଥାଏ । ଏହା ଶରୀର ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ । ଏହି ଦୁଇଟି ଫଳକୁ ଏକା ସାଙ୍ଗରେ ଖାଇଲେ ଶରୀରରେ ଟକ୍ସିନ୍‌ ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଡାଇରିଆ, ବଦହଜମୀ ଭଳି ସମସ୍ୟା ଭୋଗିବାକୁ ପଡ଼ିପାରେ ।

ପାଚିଲା ଭଣ୍ଡା ସହ କ୍ଷୀର: ପାଚିଲା ଭଣ୍ଡା ସହ କ୍ଷୀର ପିଇବାକୁ ବାରଣ କରାଯାଇଛି । ଆପଣ କ୍ଷୀର ସହ ଭଣ୍ଡା ଖାଇଲେ ଗ୍ୟାଷ୍ଟ୍ରିକ୍‌ ଭଳି ସମସ୍ୟା ଭୋଗି ପାରନ୍ତି । ଯଦି ଆପଣ ଦୁଇଟି ଯାକ ଖାଇବାକୁ ଇଛା କରୁଛନ୍ତି ତେବେ ଏହି ଖାଦ୍ୟ ଖାଇବା ମଧ୍ୟରେ ଅତି କମ୍‌ରେ ୩୦ ମିନିଟ୍‌ର ବ୍ୟବଧାନ ରଖନ୍ତୁ ।

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

ପାଚିଲା ଭଣ୍ଡା ସହ ଲେମ୍ବୁ: ବିଶେଷଜ୍ଞଙ୍କ ମୁତାବକ ପାଚିଲା ଭଣ୍ଡା ସହ ଲେମ୍ବୁ ଦେହ ପାଇଁ ହାନୀକାରକ । ଅନେକ ଲୋକ ଏଥିପ୍ରତି ଅବଗତ ନଥାନ୍ତି । ଏଣୁ, ପାଚିଲା ଭଣ୍ଡା ସାଲାଡ୍‌ ତିଆରି କରି ଖାଇଥାଆନ୍ତି । ଏଭଳି କରିବା ଦ୍ୱାରା ଶୀରର ପାଚନ ତନ୍ତ୍ରରେ ବିପରୀତ କ୍ରିୟା ସୃଷ୍ଟି ହୋଇଥାଏ । ରକ୍ତ ସମ୍ବନ୍ଧୀୟ ସମସ୍ୟା ବି ଏଥିରୁ ହୋଇଥାଏ । ଏଣୁ ପାଚିଲା ଭଣ୍ଡାରେ ଲେମ୍ବୁ କେବେ ବି ପକାଇବା କଥା ନୁହେଁ ।

ପାଚିଲା ଭଣ୍ଡା ସହ ମସ୍କମେଲନ ଓ କଲରା: ପାଚିଲା ଭଣ୍ଡା ସହ ମସ୍କମେଲନ ଖାଇବା ଦେହ ପାଇଁ ଅତ୍ୟନ୍ତ ହାନୀକାରକ । ଭଣ୍ଡାରେ ପାଣି ଅଧିକ ଥିବାରୁ ଏହା ଶରୀରକୁ ହାଇଡ୍ରେଟ୍‌ କରି ରଖିଥାଏ । ଅପରପକ୍ଷରେ ମସ୍କମେଲନ ପାଚିଲା ଭଣ୍ଡା ବିପରୀତ ଧର୍ମୀ । ଏହା ଶରୀରରୁ ପାଣି ଅବଶୋଷିତ କରିଥାଏ ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ।)

Share this story