ଏହି ଘରୋଇ ଉପାୟରେ ଚୁଟ୍‌କୀରେ ହେବ ଦୂର ହେବ ଭୀଷଣ ଦାନ୍ତ ଯନ୍ତ୍ରଣା
 

How to get rid out of dental pain apply these home tips to prevent
ଦାନ୍ତ ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦାନ୍ତ ସମସ୍ୟା ଏବେ ଏକ ଚିନ୍ତାର ପ୍ରମୁଖ କାରଣ ପାଲଟିଛି । ପିଲାଠୁ ବୟସ୍କ ସମସ୍ତେ ଦାନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନୀତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଦାନ୍ତ ରୋଗ ହେଉଛି । ଦାନ୍ତରେ ଅସହ୍ୟ ଯନ୍ତ୍ରଣା କାରଣରୁ ରାତିରେ ଶୋଇବା ବି ମୁସ୍କିଲ ହୋଇପଡୁଛି । କେବଳ ରାତିରେ ନୁହେଁ ଦୈନନ୍ଦିନ ଜୀବନରେ ବି ଏହା ପ୍ରଭାବ ପକାଇଥାଏ । ତେଣୁ ଦାନ୍ତରେ ସାମାନ୍ୟ ଯନ୍ତ୍ରଣାକୁ ବି ଅଣଦେଖା କରିବା ଉଚିତ ନୁହେଁ ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଦାନ୍ତ ଯନ୍ତ୍ରଣା ହେଲେ ବଡ ସମସ୍ୟା ଉପୁଜେ । କିନ୍ତୁ ଘରୋଇ ଉପାୟରେ ବି ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଏଭଳି କିଛି ଟିପ୍ସ ଉପରେ ନଜର ପକାନ୍ତୁ ଆଉ ଘରେ ରହି ସ୍ବଳ୍ପ ଖର୍ଚ୍ଚରେ ଦାନ୍ତ ଯନ୍ତ୍ରଣା କମାନ୍ତୁ ।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଦାନ୍ତ ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ?

ଲୁଣ ଏବଂ ଲବଙ୍ଗ: ପ୍ରଥମେ କିଛି ଲବଙ୍ଗ ଗୁଣ୍ଡକୁ ଭଲ ଭାବରେ ଗୁଣ୍ଡ କରନ୍ତୁ ଏବଂ ତା’ପରେ ଏହାକୁ ଲୁଣ ସହିତ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଯନ୍ତ୍ରଣା ହେଉଥିବା ଦାନ୍ତ ଭିତରେ ସେହି ଲୁଣ ଓ ଲବଙ୍ଗ ଗୁଣ୍ଡକୁ ଭର୍ତ୍ତି କରନ୍ତୁ । ସକାଳୁ ଉଠିବା ବେଳକୁ ଯନ୍ତ୍ରଣା ଦୂର ହୋଇଯିବ ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

ହଳଦୀ ଏବଂ ଲୁଣ: ଏକ ଛୋଟ ପାତ୍ରରେ ଗୋଟିଏ ଚାମଚ ହଳଦୀ ପାଉଡର ଏବଂ ଅଧା ଚାମଚ ଲୁଣକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଦାନ୍ତରେ ଘଷନ୍ତୁ । ଧୀରେ ଧୀରେ ଅସହ୍ୟ ଯନ୍ତ୍ରଣା ଦୂର ହେବ ।

ନିମ୍ବ ପତ୍ର: ନିମ୍ବ ପତ୍ରକୁ ଗ୍ରାଇଣ୍ଡିଂ କରି ରସ ବାହାର କରନ୍ତୁ ଏବଂ ଏହାକୁ ପାଟି ଭିତରେ ଭଲ ଭାବେ କୁଳୁକୁଳୁ କରନ୍ତୁ । ଫଳରେ ଜୀବାଣୁ ସୃଷ୍ଟି କରୁଥିବା ଯନ୍ତ୍ରଣାକୁ ଏହା ନାଶ କରିବ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେବ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ପିଆଜ ଖଣ୍ଡ: ପିଆଜ ସାଧାରଣତଃ ଖାଦ୍ୟ ତିଆରି କରିବା ତଥା ଖାଦ୍ୟଗୁଡିକର ସ୍ବାଦ ବଢାଇବାକୁ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଯଦି ଏହାକୁ କାଟି ଯନ୍ତ୍ରଣା ହେଉଥିବା ଦାନ୍ତ ମଝିରେ ଦେବେ ତେବେ ଯନ୍ତ୍ରଣା କମିଥାଏ ।

ଲେମ୍ବୁ ରସ: ଲେମ୍ବୁ ରସ ଜୀବାଣୁଙ୍କର ଶତ୍ରୁ । ଦାନ୍ତକୁ ଖରାପ କରୁଥିବା ଜୀବାଣୁଙ୍କୁ ନଷ୍ଟ କରିଥାଏ ଲେମ୍ବୁ ରସ। ଏକ ଗ୍ଲାସରେ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଗାର୍ଗେଲିଂ କଲେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
 

Share this story