ଉଚ୍ଚ ରକ୍ତଚାପ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏହି ସବୁ ଲକ୍ଷଣ,ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ 
 

High Blood Pressure Symptoms
ଉଚ୍ଚ ରକ୍ତଚାପ ଲକ୍ଷଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହାଇପ୍ରଟେନସନ୍ ବା ଉଚ୍ଚରକ୍ତ ଚାପକୁ ସାଧାରଣରେ ଆମେ ହାଇ ବି.ପି କହିଥାଉ। ଏହା ଏକ ମାରାତ୍ମକ ରୋଗ। ଉଚ୍ଚ ରକ୍ତଚାପ ଏକ ଶାନ୍ତ ଜ୍ୱଳାମୁଖୀ ପରି ହୋଇଥାଏ। ସାଧାରଣତଃ ଏହି ରୋଗର ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଜ୍ୱଳାମୁଖୀ ଫାଟିବା ପରେ ହୃଦଘାତ ପରି ନାନା ରୋଗ ହେବାର ଆଶଙ୍କା ରହିଥାଏ। 

ଭାରତ ସମେତ ସାରା ବିଶ୍ୱରେ ବୃଦ୍ଧି ପାଉଛି ହାଇ ବ୍ଲଡ ପ୍ରେସର ରୋଗୀଙ୍କ ସଂଖ୍ୟା । ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୩ ପ୍ରତିଶତ ସହରୀ ଓ ୨୫ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଢ଼ିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୦ରୁ ୭୦ ପ୍ରତିଶତ ଲୋକ ଏହି ରୋଗରେ ଗମ୍ଭୀର ଭାବେ ଆକ୍ରାନ୍ତ ନହେବା ପର୍ଯ୍ୟନ୍ତ ଚିକିତ୍ସା ଆରମ୍ଭ କରିନାହାଁନ୍ତି ।

ଉଚ୍ଚ ରକ୍ତଚାପକୁ ସବୁ ବଡ଼ ବଡ଼ ରୋଗର ମୂଳ କାରଣ ବୋଲି କୁହାଯାଏ। ଏମିତିକି ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହାର କୌଣସି ଲକ୍ଷଣ ନଥାଇ ମଧ୍ୟ ବିଭିନ୍ନ ରୋଗର କାରଣ ପାଲଟିଥଏ। ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନୀ, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।

ଏହା ଗୋଟିଏ ଦିନରେ ଆରମ୍ଭ ହୁଏ ନାହିଁ, ଦୀର୍ଘ ଦିନର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କାରଣରୁ ଏପରି ହୋଇଥାଏ। ନିୟମିତ ଭାବେ ଏହି ସମସ୍ୟା ଦେଖାଯିବା, ସ୍ୱାସ୍ଥ୍ୟ ପାଇଁ ହାନିକାରକ। କେଉଁ ସବୁ ଲକ୍ଷଣ ଉଚ୍ଚ ରକ୍ତଚାପ ସମୟରେ ଦେଖାଯାଏ, ଜାଣନ୍ତୁ...

ଅଧିକ ପଢନ୍ତୁ : କେବେ ବି ହେବନି ଫ୍ୟାଟି ଲିଭର, ବାସ୍ ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ ଲିଭର ସମସ୍ୟା!

ଉଚ୍ଚ ରକ୍ତଚାପର ୫ ଲକ୍ଷଣ 

ମୁଣ୍ଡବିନ୍ଧା :- ରକ୍ତଚାପ ବଢିଗଲେ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ। ବିପି ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଚାପ ମସ୍ତିଷ୍କ ଶୀର ଉପରେ ପ୍ରଭାବ ପକାଏ। ଫଳରେ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଯାଏ। 

ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା :- ପାହାଚ ଚଢିବା ବେଳେ କିମ୍ବା ଚାଲିବା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଯେତେବେଳେ ହୃଦୟ ଠିକ୍ ଭାବରେ କାମ କରିନଥାଏ ଏହି ସମସ୍ୟା ହୁଏ। 

ନାକରୁ ରକ୍ତ ପଡିବା :- ନାକରୁ ରକ୍ତସ୍ରାବ ହେଉଥିଲେ, ଆଦୌ ଅଣଦେଖା କରନ୍ତୁ ନାହିଁ। ଉଚ୍ଚ ରକ୍ତଚାପ କାରଣରୁ ଏହା ହୋଇପାରେ। ବାସ୍ତବରେ, ଯେତେବେଳେ ରକ୍ତଚାପ ଅଧିକ ଥାଏ, ନାକର ପତଳା ଝିଲ୍ଲି ଫାଟିଯିବାର ଆଶଙ୍କା ଥାଏ। ଫଳରେ ରକ୍ତସ୍ରାବ ହୁଏ। ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଭେଟନ୍ତୁ।

ଝଟକା ଲାଗିବା :- ଅଧିକ ବିପି କାରଣରୁ ବେଳେ ବେଳେ ମୁଣ୍ଡ ବୁଲାଇ ଦେଇ ଝଟକା ଲାଗିପାରେ। ଷ୍ଟ୍ରୋକ୍ କାରଣରୁ ବି ଏପରି ଲକ୍ଷଣ ଦେଖା ଦେଇପାରେ। ଏହିପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।

ଛାତି ଯନ୍ତ୍ରଣା :- ଛାତି ଯନ୍ତ୍ରଣା ଉଚ୍ଚ ରକ୍ତଚାପର ଅନ୍ୟ ଏକ ଲକ୍ଷଣ। ଏହି ଲକ୍ଷଣକୁ ଅଣଦେଖା କରିବା ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ହୋଇପାରେ। ତେଣୁ, ସଠିକ୍ ସମୟରେ ଚିକିତ୍ସା କରାଇନିଅନ୍ତୁ। 

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ
 

Share this story