ବାସି ରୁଟି ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ? ଫାଇଦା ଜାଣି ଚମକି ପଡିବେ
 

Health benefits of eating stale basi roti
ବାସି ରୁଟିର ଫାଇଦା ଜାଣି ଚମକି ପଡିବେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ । ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ବାସି ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ । ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ । ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ । ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଭାତ ତୁଳନାରେ ରୁଟିରେ କମ୍ କ୍ୟାଲୋରୀ ରହିଥାଏ ।

ଅଧିକା ପଢନ୍ତୁ : ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ରୁଟିରେ ଭରପୁର ମାତ୍ରାରେ ପୋଷାକ ତତ୍ତ୍ବ ଥାଏ । ଏହା ସହ ରୁଟିରେ ପ୍ରଚୁର ମାତ୍ରରେ ଭିଟାମିନ ବି ଏବଂ ଇ ରହିଥାଏ । ରୁଟିରେ ଫାଇବର ରହିଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରେ ।ତ୍ବଚା ପାଇଁ ରୁଟି ଉତ୍ତମ । କାରଣ ଏଥିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲ୍ସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ ।

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଆସନ୍ତୁ ଜାଣିବା ବାସି ରୁଟିର ଲାଭଦାୟକ ଗୁଣ ବିଷୟରେ ..

ବାସି ରୁଟି ଖାଇବା ଦ୍ବାରା ରକ୍ତଚ୍ଚାପ ନିୟନ୍ତ୍ରଣରେ ରହିଥାଏ। କ୍ଷୀରରେ ୧୦ ମିନିଟ୍ ବାସି ରୁଟି ଭିଜାଇ ରଖନ୍ତୁ, ପରେ ଏହାକୁ ସକାଳର ଜଳଖିଆରେ ଖାଆନ୍ତୁ। ଏଭଳି ନିୟମିତ କରିବା ଦ୍ବାରା ବହୁତ ଶୀଘ୍ର ରକ୍ତଚ୍ଚାପ ନିୟନ୍ତ୍ରିତ ହେବ । ଶରୀରର ସ୍ବାଭାବିକ ତାପମାତ୍ରା ହେଉଛି ୩୭ ଡିଗ୍ରୀ ସେଲସିୟସ୍। ତାପମାତ୍ରା ୪୦ରୁ ଅଧିକ ହୋଇଗଲେ ଏହା ଶରୀରର ମହତ୍ତ୍ବପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ କ୍ଷୀରରେ ବାସି ରୁଟି ଖାଇବା ଦ୍ବାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ।

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେମାନଙ୍କ ପାଇଁ ବାସି ରୁଟି ଖାଇବା ଅଧିକ ଲାଭଦାୟକ ଅଟେ। ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଭିଜିଥିବା ବାସି ରୁଟି ଖାଇକି ଶୋଇଲେ କୋଷ୍ଠକାଠିନ୍ୟ ଓ ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଏହା ଛଡା ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଉତ୍ତମ ଅଟେ। ଦିନର କୌଣସି ସମୟରେ କ୍ଷୀରରେ ବାସି ରୁଟି ୧୦ରୁ ୧୫ ମିନିଟ୍ ଭିଜାଇ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ।

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଓଜନ ହ୍ରାସ ପାଇଁ ବାସି ରୁଟି ବେଶ ଲାଭଦାୟକ। ଏଥିରେ ପ୍ରୋଟିନ୍‌‌ ଓ ଫାଇବର ରହିଛି। ଫଳରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ବାରମ୍ବାର ଭୋକ ହୋଇ ନଥାଏ। ଏହା ମେଟାବୋଲିଜିୟମ ପ୍ରକ୍ରିୟାକୁ ସଠିକ୍‌‌ ରଖିଥାଏ। ଫଳରେ ପେଟର ଚର୍ବି ହ୍ରାସ ସହ ମୋଟାପଣ ମଧ୍ୟ ହ୍ରାସ କରିଥାଏ। ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବାସି ରୁଟି ଖାଇବା ବେଶ ଉପକାରୀ। ଥଣ୍ଡା କ୍ଷୀରରେ ବାସି ରୁଟି ୫ ମିନିଟ୍‌‌ ଭିଜାଇ ରଖନ୍ତୁ। ଏହାକୁ ଖାଆନ୍ତୁ। ଶରୀରକୁ ସୁସ୍ଥ ରଖିଥାଏ।

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story