ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଦଶମ ଫେଲ ମଧ୍ୟ ଜାଣନ୍ତୁ କିପରି କରିବେ ଆବେଦନ

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଦଶମ ଫେଲ ମଧ୍ୟ କରିପାରିବେ ଆବେଦନ । ନିଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୋଡ୍ରେ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆବେଦନ ଶେଷ ତାରିଖ ୧୬ ଡିସେମ୍ବର ୨୦୨୩ ରହିଛି। ହାଉସ୍ ମଦର୍ ପାଇଁ ୨ଟି ପୋଷ୍ଟ୍, ହାଉସ୍ ଫାଦରରେ ୨ଟି ପୋଷ୍ଟ୍, ପାରାମେଡିକାଲ୍ ଷ୍ଟାଫ୍ ପାଇଁ ୧ଟି ପୋଷ୍ଟ୍ ବାହାରିଛି।
ହାଉସ୍ ମଦର୍ ପାଇଁ ଶିକ୍ଷାଗତ ଯୋଗ୍ୟତା କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ରହିଥିବା ବେଳେ ହାଉସ୍ ଫାଦର୍ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରହିଛି। ପାରାମେଡିକାଲ୍ ଷ୍ଟାଫ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା ଆବଶ୍ୟକତା ରହିଛି।
ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ
ସେହିପରି ରୋଷେୟାରେ ୨ଟି ପୋଷ୍ଟ୍, ହେଲ୍ପରରେ ୧ଟି ପୋଷ୍ଟ୍, ହାଉସ୍ କିପର ୧ଟି ପୋଷ୍ଟ୍, ଆୟା ୨ଟି ପୋଷ୍ଟ୍, ପରିଚାଳକ / ସଂଯୋଜକ ପାଇଁ ୧ଟି ପୋଷ୍ଟର ବିଜ୍ଞପ୍ତି ପ୍ରକାଶ ପାଇଛି।
ରୋଷେୟା / ହେଲ୍ପର୍ / ହାଉସ୍ କିପର୍ / ଆୟା ପୋଷ୍ଟ ପଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଓ ଫେଲ୍ ହେଲେ ମଧ୍ୟ ଆବେଦନ କରିପାରିବେ। ସେହିପରି ପରିଚାଳକ / ସଂଯୋଜକ ପାଇଁ ଶିକ୍ଷାଗତ ଯୋଗ୍ୟତା ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲିି ବିଜ୍ଞପ୍ତିରେ ଉଲ୍ଲେଖ ରହିଛ।
ଚୟନ ପ୍ରକ୍ରିୟା
ମାର୍କ ବେସିସ୍ରେ ପ୍ରାର୍ଥୀ ଚୟ ହେବ ।
ମାସିକ ଦରମା:
ହାଉସ୍ ମଦର୍ – ୧୪,୫୬୪ ଟଙ୍କା, ହାଉସ୍ ଫାଦର୍ – ୧୪,୫୬୪ ଟଙ୍କା, ପାରାମେଡିକାଲ୍ ଷ୍ଟାଫ୍ – ୧୧,୯୧୬ ଟଙ୍କା , ରୋଷେୟା / ହେଲ୍ପର୍ / ହାଉସ୍ କିପର୍ / ଆୟା – ୯,୯୩୦ ରୁ ୭,୯୪୪ଟଙ୍କା
ପରିଚାଳକ / ସଂଯୋଜକ – ୨୩,୧୭୦ ଟଙ୍କା ରହିଛି।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
ଏଠାରେ କ୍ଲିକ କରି ଦେଖନ୍ତୁ କିପରି କରିବେ ଆବେଦନ:
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ nsp.org.inକୁ ଯାଆନ୍ତୁ । ହୋମ୍ପେଜ୍ରେ Carrer ଟ୍ୟାବ୍କୁ ଯାଇ Apply Now ବଟନ୍ ଉପରେ କ୍ଲିକ୍ କରନ୍ତୁ । ସ୍କ୍ରିନ୍ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍ଲୋଡ୍ କରନ୍ତୁ । ସବମିଟ ବଟନ୍ ଉପରେ ଶେଷରେ କ୍ଲିକ୍ କରନ୍ତୁ । ଅଫଲାଇନରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ। ଏହାକୁ ନିମ୍ନ ଠିକଣାରେ ପଠାନ୍ତୁ
ଡାକ ଠିକଣା:
Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017
ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ