ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଠକେଇ ଅଭିଯୋଗରେ ଭୁବନେଶ୍ୱର ରୁ ଗିରଫ କଲା ପୁଲିସ

social media sensation actress arrested

ଓଡ଼ିଆ ଗସିପ ବ୍ୟୁରୋ : ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଛନ୍ତି । ମୌସୁମୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଛି । ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି ।

କିଏ ତାଙ୍କୁ କୁହେ ସୋସିଆଲ୍ ମିଡ଼ିଆର ସେନସେସନ୍, ତ ଆଉ କିଏ କହେ ଗ୍ଲାମର ଗାର୍ଲ । ରଙ୍ଗ, ରୂପ ଆଉ ଭେକ ଦେଖି ଯିଏ ଯେମିତି ପାରିଲେ, ନିଜ ନିଜ ଢଙ୍ଗରେ ବର୍ଣ୍ଣନା କଲେ । ହେଲେ ଗୁଣ ଉପରେ କିନ୍ତୁ ଖୁଣ ବାହାରିଛି ଏବେ । ଫସିଛନ୍ତି ଟଙ୍କା ପାଇଁ ବ୍ଲାକମେଲିଂ ଆଉ ଧମକଚମକ ଅଭିଯୋଗ ମାମଲାରେ । ଯାହାଙ୍କ ନାଁ ମୌସୁମୀ ନାୟକ ।

ଅଧିକ ପଢ଼ନ୍ତୁ: ଏହି ବାରରେ ଚିନ୍ତାରେ ବୁଡ଼ି ରହିବେ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ । IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ବର ଇନଫୋସିଟି ପୋଲିସ ।

Share this story