ଶାହାରୁଖ୍‌ ଖାନ୍‌ଙ୍କୁ ହତ୍ୟା ଧମକ, ମିଳିବ ‘ୱାଇପ୍ଲସ୍‌’ (Y +) ସୁରକ୍ଷା, ରାଜ୍ୟ ସରକାରଙ୍କୁ ଦେବେ ସବୁ ଖର୍ଚ୍ଚ 
 

Shah Rukh Khan will get Y+ security after getting Death threats
ଶାହାରୁଖ୍‌ ଖାନ୍‌ଙ୍କୁ ମିଳିବ ‘ୱାଇପ୍ଲସ୍‌’ (Y +) ସୁରକ୍ଷା,
 

ଓଡ଼ିଆ ଗସିପ୍ ବ୍ୟୁରୋ:  ବଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇପ୍ଲସ୍‌’ ବର୍ଗକୁ ବୃଦ୍ଧି କରିବା ପାଇଁ ଆଜି ମହାରାଷ୍ଟ୍ର ସରକାର ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ର ‘ଯବାନ୍‌’ର ସଫଳତା ଯୋଗୁଁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ। ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହାରୁଖ ଖାନ୍‌ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଖବର ଅନୁଯାୟୀ, ହତ୍ୟା ଭଳି ଗୁରୁତର ଧମକ ପାଇଥିବା ଲୋକମାନଙ୍କୁ ‘ୱାଇପ୍ଲସ୍‌’ ସୁରକ୍ଷା ମଞ୍ଜୁର କରାଯାଇଥାଏ। ଏହି ବ୍ୟବସ୍ଥାରେ ୬ଜଣ ‘ପର୍ସନାଲ୍‌ ସିକ୍ୟୁରିଟି ଅଫିସର୍‌’ଙ୍କୁ ମୁତୟନ କରାଯାଇଥାଏ। ସେମାନେ ୩ଟି ସିଫ୍ଟ୍‌ରେ ଦିନରାତି କାର୍ୟ୍ୟ କରନ୍ତି। ଏହାଛଡ଼ା, ଏହି ସୁରକ୍ଷା ବ୍ୟବସ୍ଥା ମିଳିଥିବା ‌ବ୍ୟକ୍ତିଙ୍କ ବାସଭବନରେ ୫ଜଣ ସଶସ୍ତ୍ର ପ୍ରହରୀଙ୍କୁ ମୁତୟନ କରାଯାଇଥାଏ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 
 


 

Share this story