ଆକ୍ସନ ସିନ୍ ବେଳେ କିଙ୍ଗ ଖାନ୍ ଶାହାରୁଖଙ୍କ ନାକ ଫାଟିଗଲା; ଚିନ୍ତାରେ ପରିବାର

Bollywood superstar Shah Rukh Khan injured his nose during a shoot in the US and underwent minor surgery, as per reports

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍ ଫିଲ୍ମ ତଥା ବି-ଟାଉନର ସୁପରଷ୍ଟାର କିଙ୍ଗ୍ ଖାନ ଶାହାରୁଖ୍ ଖାନ୍ ଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର । ସେମାନଙ୍କୁ ନିରାଶ କଲା ଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ।ଏହି ଖବର ସେହି ସିନେପ୍ରେମୀଙ୍କୁ ମଧ୍ୟ ନିରାଶ କରିବ ଯେଉଁମାନେ ଶାହାରୁଖଙ୍କ ଯବାନ ସମେତ ଅନ୍ୟ କେତେକ ମୋଷ୍ଟ ଆୱେଟେଡ୍ ମୁଭି ଦେଖିବାକୁ ଅପେକ୍ଷା କରିଛନ୍ତି । କାହିଁକିନା ଏବେ ଶାହାରୁଖ୍ ଖାନ୍ ଅସୁସ୍ଥ ଅଛନ୍ତି । 

 

 

 

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ ହୋଇଛନ୍ତି ।  ଆମେରିକା ଲସ୍ ଏଞ୍ଜେଲସରେ ଫିଲ୍ମ ସୁଟିଂ ବେଳେ ଆହତ ହୋଇପଡ଼ିଛନ୍ତି କିଙ୍ଗ ଖାନ୍ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏକ ଷ୍ଟଣ୍ଟ ସିନର ସୁଟିଂ ବେଳେ ତାଙ୍କ ନାକରେ ଏହି ଆଘାତ ଲାଗିଥିଲା  ତାଙ୍କ ନାକରେ ଗଭୀର ଆଘତ ଆସିଥିଲା ।

  ଅଧିକ ପଢ଼ନ୍ତୁ: ୪୦ ବର୍ଷ ପରେ ବି ଫିଟ୍ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ

ଅଘଟଣ ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ସର୍ଜରୀ କରାଯିବା ପରେ ମୁମ୍ବାଇକୁ ଅଣାଯାଉଛି । ମନ୍ନତରେ ଏବେ ଶାହରୁଖଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତିା ଗତ ସପ୍ତାହରେ ଶାହରୁଖ ଆମେରିକାରେ ଥିଲେ । ବିଭିନ୍ନ ସହରରେ ସେ ସୁଟିଂ କରୁଥିଲେ । ଏହି ଘଟଣା ପରେ ଏବେ ବିଭିନ୍ନ ମହଲରୁ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଉଛି...

Share this story