ପ୍ରଶଂସକଙ୍କ ପାଇଁ ଭଗବାନ, ପିଲାଙ୍କ ପାଇଁ ସଇତାନ? ମାଇକେଲ ଜ୍ୟାକସନଙ୍କ ମୃତ୍ୟୁ ପରେ ବି ପିଛା ଛାଡୁନି ବିବାଦ

God for fans devil for children controversy continues after Michael Jacksons death

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ବିଶ୍ୱ ସଙ୍ଗୀତ ଜଗତର ଇତିହାସରେ ଯଦି କୌଣସି ଗୋଟିଏ ନାଁ ସାରା ପୃଥିବୀକୁ ନିଜ ତାଳରେ ନଚାଇଛି, ସେ ହେଉଛନ୍ତି ‘କିଙ୍ଗ ଅଫ ପପ’ (King of Pop) ମାଇକେଲ ଜ୍ୟାକସନ। ନିଜର ଅପୂର୍ବ ଗାୟନ ଶୈଳୀ, ଆଖିଝଲସା ମୁନୱାକ (Moonwalk) ଡାନ୍ସ ଏବଂ ଅଦ୍ଭୁତ ମଞ୍ଚ ପ୍ରଦର୍ଶନ ଜରିଆରେ ସେ ଆମେରିକାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରିଥିଲେ। ସେ କେବଳ ଜଣେ କଳାକାର ନଥିଲେ, ବରଂ ନିଜେ ଏକ ସଙ୍ଗୀତର ବ୍ରାଣ୍ଡ ଥିଲେ।

କିନ୍ତୁ ସଫଳତାର ଏହି ଚମକ ପଛରେ ଲୁଚି ରହିଥିଲା ଏକ ଅତି ଭୟଙ୍କର ଏବଂ କଷ୍ଟଦାୟକ କାହାଣୀ। ଯେଉଁ ମାଇକେଲଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା, ସେହି ମାଇକେଲ ଜ୍ୟାକସନଙ୍କ ଜୀବନର ଶେଷ ସମୟ ଅତ୍ୟନ୍ତ ନିଃସଙ୍ଗ, ବିବାଦୀୟ ଏବଂ ରହସ୍ୟମୟ ଥିଲା। ସୁନାମର ଶୀର୍ଷରେ ଥିବା ବେଳେ ତାଙ୍କ ଉପରେ ଲାଗିଥିଲା ‘ଶିଶୁ ନିର୍ଯାତନା’ ଏବଂ ଯୌନ ଶୋଷଣ ଭଳି ଅତି ସାଙ୍ଘାତିକ ଓ ସଂଗୀନ ଅଭିଯୋଗ। ଯାହା ତାଙ୍କ ବ୍ୟକ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଥିଲା। କେବଳ ଜୀବିତ ଅବସ୍ଥାରେ ନୁହେଁ, ବରଂ ୨୦୦୯ରେ ତାଙ୍କର ଆକସ୍ମିକ ମୃତ୍ୟୁ ପରେ ମଧ୍ୟ ସେହି ରହସ୍ୟ ଏବଂ ବିବାଦର ନିଆଁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲିଭିନାହିଁ। ଆସନ୍ତୁ ଜାଣିବା ମାଇକେଲଙ୍କ ଜୀବନ ସହ ଜଡ଼ିତ ସେହି କଳା ଅଧ୍ୟାୟ ଏବଂ ତାଙ୍କ ମୃତ୍ୟୁକୁ ନେଇ ହୋଇଥିବା ବଡ଼ ବିବାଦ ବିଷୟରେ...

ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଅଭିନେତାଙ୍କ ସହ ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ହୋଇଥିଲା ଲିକ୍‌, ବିବାହିତ ଷ୍ଟାର୍‌ଙ୍କ ପ୍ରେମରେ ହେଉଥିଲେ ଉବୁଟୁବୁ 

ମାଇକେଲ ଜ୍ୟାକସନଙ୍କ କ୍ୟାରିୟର ଶୀର୍ଷରେ ଥିବା ବେଳେ ତାଙ୍କ ଉପରେ ସବୁଠାରୁ ବଡ଼ ଦାଗ ଲାଗିଥିଲା। ତାଙ୍କ ନେଭରଲ୍ୟାଣ୍ଡ (Neverland Ranch) ବାସଭବନକୁ ଆସୁଥିବା ଛୋଟ ପିଲାମାନଙ୍କୁ ସେ ଯୌନ ନିର୍ଯାତନା ଦେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଥିଲା।

୧୯୯୩ରେ ଜଣେ ୧୩ ବର୍ଷର ବାଳକଙ୍କ ପରିବାର ପ୍ରଥମେ ଜ୍ୟାକସନଙ୍କ  ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ବାହାରେ ଏକ ବଡ଼ ଧରଣର ଆର୍ଥିକ ବୁଝାମଣା (Settlement) କରି ଏହି ମାମଲାକୁ ରଫାଦଫା କରାଯାଇଥିଲା।ତା’ପରେ ୨୦୦୫ରେ ପୁଣି ଥରେ ଅନ୍ୟ ଜଣେ ନାବାଳକଙ୍କ ସହ ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଚାଲିଥିଲା। କିନ୍ତୁ ଦୀର୍ଘ ଦିନର ଶୁଣାଣି ପରେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଖଲାସ ହେବା ସତ୍ତ୍ୱେ ଏହି ବିବାଦ ତାଙ୍କ ସୁନାମ ଓ ମାନସିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା।

ମାଇକେଲ ଜ୍ୟାକସନଙ୍କ ପ୍ରାୟ ୨,୭୦୦ ଏକର ପରିମିତ ଏହି ବିଳାସପୂର୍ଣ୍ଣ ଫାର୍ମହାଉସରେ ଏକ ବେସରକାରୀ ଆମୋଦପ୍ରମୋଦ ପାର୍କ (Amusement Park), ଚିଡ଼ିଆଖାନା ଏବଂ ପ୍ରେକ୍ଷାଳୟ ଥିଲା। ଏଠାକୁ ସେ ଅଭାବୀ ଏବଂ ଅସୁସ୍ଥ ପିଲାମାନଙ୍କୁ ବୁଲାଇବାକୁ ଆଣୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସ୍ଥାନକୁ ନେଇ ଅଭିଯୋଗ ହୋଇଥିଲା ଯେ, ସେ ପିଲାମାନଙ୍କୁ ନିଜ ସହ ଶୋଇବାକୁ ବାଧ୍ୟ କରୁଥିଲେ ଏବଂ ସେମାନଙ୍କୁ ମଦ୍ୟପାନ ମଧ୍ୟ କରାଉଥିଲେ। ପୋଲିସ ଏହି ଫାର୍ମହାଉସରେ ଚଢ଼ାଉ କରି ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା।

ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ୩୨ ବର୍ଷ ବୟସରେ ବି ‘Virgin’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଭବିଷ୍ୟତର ସାଥୀକୁ ନେଇ କହିଲେ ବଡ଼ କଥା

୨୫ ଜୁନ ୨୦୦୯ରେ, ମାତ୍ର ୫୦ ବର୍ଷ ବୟସରେ ମାଇକେଲଙ୍କ ହୃଦ୍‌ଘାତ ଯୋଗୁଁ ଆକସ୍ମିକ ମୃତ୍ୟୁ ହୋଇଥିଲା। ଏହି ଖବର ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା ଏବଂ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମାଇକେଲଙ୍କ  ଶରୀରରେ ମାରାତ୍ମକ ନିଦ୍ରାବଟା ‘ପ୍ରୋପୋଫୋଲ’ (Propofol) ର ମାତ୍ରା ଅଧିକ ଥିଲା। ତାଙ୍କ ବ୍ୟକ୍ତିଗତ ଡାକ୍ତର କନରାଡ ମୁରେ ତାଙ୍କୁ ଏହି ଆନେସ୍ଥେସିଆ ଔଷଧ ଦେଇଥିଲେ। ପରବର୍ତ୍ତୀ ସମୟରେ ଡାକ୍ତର କନରାଡଙ୍କୁ ଅପରାଧିକ ଅବହେଳା ଓ ‘ଅଣ-ଇଚ୍ଛାକୃତ ନରହତ୍ୟା’ (Involuntary Manslaughter) ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା।

ମାଇକେଲ ଜ୍ୟାକସନ ଦୁନିଆ ଛାଡ଼ିବାର ବହୁ ବର୍ଷ ପରେ, ୨୦୧୯ରେ ଆସିଥିବା ଏକ ଡକ୍ୟୁମେଣ୍ଟାରୀ ‘ଲିଭିଙ୍ଗ ନେଭରଲ୍ୟାଣ୍ଡ’ (Leaving Neverland) ପୁଣି ଥରେ ପୁରୁଣା ବିବାଦକୁ ସଜୀବ କରିଦେଇଥିଲା। ଏଥିରେ ଦୁଇଜଣ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ପିଲାଦିନେ ଜ୍ୟାକସନ ସେମାନଙ୍କ ଶୋଷଣ କରିଥିଲେ।

ଜ୍ୟାକସନଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ସବୁବେଳେ ଏହି ଅଭିଯୋଗକୁ ମିଛ ବୋଲି କହି ଆସୁଛନ୍ତି। ମାଇକେଲ ଜ୍ୟାକସନ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ସଙ୍ଗୀତ ଦୁନିଆର ଏହି ମହାନ କଳାକାରଙ୍କ ନାଁ ସହ ଯେଉଁ ବିବାଦ ଯୋଡ଼ି ହୋଇ ରହିଛି, ତାହା ଆଜି ବି ଚର୍ଚ୍ଚାର ବିଷୟ ପାଲଟିଛି।

Share this story