୩୨ ବର୍ଷ ବୟସରେ ବି ‘Virgin’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଭବିଷ୍ୟତର ସାଥୀକୁ ନେଇ କହିଲେ ବଡ଼ କଥା

Sana Maqbool is still a virgin at the age of 32 after the breakup she spoke about her future partner in a big way

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ‘ବିଗ ବସ ଓଟିଟି ୩’ ବିଜେତା ତଥା ଗ୍ଲାମରସ ଅଭିନେତ୍ରୀ ସନା ମକବୁଲ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛନ୍ତି। ସାଧାରଣତଃ ନିଜର ବେବାକ ଅନ୍ଦାଜ ପାଇଁ ଜଣାଶୁଣା ସନା ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜର ରିଲେସନସିପ ଏବଂ କୁଆଁରୀତ୍ୱ (Virginity)କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ୩୨ ବର୍ଷ ବୟସରେ ପହଞ୍ଚିବା ପରେ ମଧ୍ୟ ସେ ଏପର୍ଯ୍ୟନ୍ତ ‘ଭର୍ଜିନ’ ଅଛନ୍ତି ବୋଲି ସେ ଅନ-କ୍ୟାମେରା ସ୍ବୀକାର କରିଛନ୍ତି।

ଏକ ପ୍ରସିଦ୍ଧ ମିଡିଆ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଯେତେବେଳେ ସନାଙ୍କୁ ତାଙ୍କ ସିଙ୍ଗଲ ଲାଇଫ ବାବଦରେ ପଚରାଗଲା, ସେତେବେଳେ ସେ କହିଥିଲେ, "ମୁଁ ସତରେ ଏପର୍ଯ୍ୟନ୍ତ ଭର୍ଜିନ ଅଛି। ମୋ ଜୀବନରେ କୌଣସି ରୋମାନ୍ସ ନାହିଁ।"

ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏକ ଚା' ର ଦାମ୍‌ ୯ କୋଟି, ଜୀବନ ପାଇଁ ଅମୃତ ଏହି ଚା’, ଜାଣନ୍ତୁ ଏମିତି କ’ଣ ରହିଛି ଖାସ୍‌

ଧର୍ମ କିମ୍ବା ସଂସ୍କାର ଯୋଗୁ ସେ ଏଭଳି ରହିଛନ୍ତି କି ବୋଲି ପଚରାଯିବାରୁ ସନା ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ସେ କହିଥିଲେ, "ମୁଁ କେବଳ ମୋ ନିଜ ନିଷ୍ପତ୍ତି ପାଇଁ ଭର୍ଜିନ ଅଛି। ମୁଁ ସହଜରେ କାହାକୁ ବିଶ୍ୱାସ କରିପାରେ ନାହିଁ, କାରଣ ଲୋକମାନେ ମୋର ଭରସା ଭାଙ୍ଗିଦେଇ ପାରନ୍ତି ଓ ମୋ ମନ ଭାଙ୍ଗିଯାଇପାରେ। ମୁଁ କୌଣସି ଡେଟିଂ ଆପ୍‌ରେ ମଧ୍ୟ ନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବହୁତ ସମୟ ହେବ କାହା ସହ ହୁକଅପ କରିନାହାନ୍ତି କି କାହାକୁ କିସ (Kiss) ମଧ୍ୟ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ବିଗ ବସ ଜିତିବା ପରେ ସନା ମକବୁଲ ବ୍ୟବସାୟୀ ଶ୍ରୀକାନ୍ତ ବୁରେଡ୍ଡୀଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହେଉଥିଲା ଏବଂ ଉଭୟ ବିବାହ କରିବେ ବୋଲି ମଧ୍ୟ ଆଲୋଚନା ହେଉଥିଲା। କିନ୍ତୁ ପରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା। ନିଜର ପୂର୍ବ ସମ୍ପର୍କକୁ ନେଇ ସନା କହିଛନ୍ତି ଯେ, ଯେତେବେଳେ ସେ ନିଜ ପାର୍ଟନରଙ୍କଠାରୁ ଅଧିକ ସଫଳ ହେବାକୁ ଲାଗିଲେ, ସେତେବେଳେ ସାମ୍ନା ବ୍ୟକ୍ତିଜଣଙ୍କ ମନରେ (Insecurity) ବା ଅସୁରକ୍ଷା ଭାବ ଆସିଯାଇଥିଲା, ଯାହା ସମ୍ପର୍କ ଭାଙ୍ଗିବାର କାରଣ ସାଜିଥିଲା।

Share this story