ମୃତ୍ୟୁ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଶେଷ ଚିଠି, ୬ ପୃଷ୍ଠାରେ ଲେଖିଥିଲେ ନିଜ ଯନ୍ତ୍ରଣାର କାହାଣୀ...

Actress Jia Khan leaves behind her last letter before committing suicide

ଓଡ଼ିଆ ଗସିପ ବ୍ୟୁରୋ: ୨୦୧୩ ଜୁନ୍ ୩ ତାରିଖରେ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସକୁ ୬ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ମିଳିଥିଲା, ଯାହା ସୂରଜ ପାଞ୍ଚୋଲିଙ୍କୁ ସମ୍ବୋଧନ କରି ଲେଖାଯାଇଥିଲା । ତେଣୁ ଏହି ଘଟଣାରେ ସୂରଜଙ୍କୁ ଗିରଫ କରାଯାଇଥିଲା ।

ଜିୟାଙ୍କ ମତ୍ୟୁର ୧୦ ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି । ‘ନିଃଶବ୍ଦ’ ଓ ‘ଗଜନି’ ପରି ଫିଲ୍ମରୁ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ଜିୟା ଖାନ୍ ଖୁବ୍ କମ ବୟସରେ ନିଜ ଜୀବନ ନିଜ ହାତରେ ନେବା ପରେ ଏହି ଘଟଣାକୁ ବିତିଲାଣି ୧୦ ବର୍ଷ । ତେବେ ତାଙ୍କ ମୃତ୍ୟୁ ଘଟିଥିବା ଘରୁ ପୁଲିସ ହାତରେ ଯେଉଁ ସୁଇସାଇଡ୍ ନୋଟ୍ ମିଳିଥିଲା, ତାହା ୬ ପୃଷ୍ଠାରେ ଲେଖାଥିଲା, ଯେଉଁଥିରେ ଜିୟା ନିଜ ଜୀବନ ଯନ୍ତ୍ରଣାକୁ ବୟାନ କରିବାକୁ ଚେଷ୍ଟା କରିଥିଲେ ।

ଜବତ ହୋଇଥିବା ଚିଠିରେ ଲେଖାଥିଲା ଯେ, ‘ଜଣାନାହିଁ ତୁମକୁ ଏକଥା କିପରି କହିବି । କିନ୍ତୁ ହରାଇବାକୁ ମୋ ପାଖରେ ଆଉ କିଛି ବି ନାହିଁ । ସେମିତିରେ ବହୁତ ଆଗରୁ ମୁଁ ସବୁକିଛି ହରାଇସାରିିଛି । ଯଦି ତୁମେ ଏହି ମୋ ହାତ ଲେଖାକୁ ପଢୁଛ ତାହେଲେ ଏହାର ଅର୍ଥ ମୁଁ ଯାଇସାରିଛି ନଚେତ୍ ଯିବାର ଅପେକ୍ଷାରେ । ମୁଁ ଅନ୍ତର୍ମନରୁ ଭାଙ୍ଗିସାରିଛି ।'

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ମେଷ ରାଶିରେ ଅସ୍ତ ହୋଇଛନ୍ତି ବୁଧ; ୪ ରାଶି ପାଇଁ ଅଭିଶାପ ସଦୃଶ!

ଆହୁରି ପଢ଼ନ୍ତୁ : 'ମୁଁ ବାରମ୍ବାର ମନା କରିବା ପରେ ବି ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ…'

'ବୋଧହୁଏ ତୁମକୁ ଏକଥା ଜଣାନଥାଇପାରେ ହେଲେ ମୋ ଉପରେ ତୁମର ଏତେ ପ୍ରଭାବ ପଡିସାରିଥିଲା ଯେ ମୁଁ ତୁମକୁ ନିଜ ସ୍ୱାର୍ଥକୁ ପଛରେ ପକାଇ ଭଲପାଉଥିଲି । ମୁ ତୁମକୁ ନିଜଠାରୁ ବି ଅଧିକ ଭଲପାଉଥିଲି । ହେଲେ ତୁମେ ମୋତେ ସବୁବେଳେ କଷ୍ଟ ଦେଉଥିଲ । ତିଳ ତିଳ କରି ଜାଳୁଥିଲ । ଏବେ ମୋ ଜୀବନରେ ଆଉ କୌଣସି ଆଶାର ଆଲୋକ ଦେଖାଯାଉନି ।' ସେ ଆହୁରି ଲେଖିଥିଲେ ।

'ଦିନ ଥିଲା ମୁଁ ତୁମ ସହିତ ମୋ ଜୀବନକୁ କଳ୍ପନା କରୁଥିଲି । ସ୍ୱପ୍ନ ଦେଖୁଥିଲି । କିନ୍ତୁ ତୁମେ ମୋର ସ୍ୱପ୍ନକୁ ଭାଙ୍ଗିଦେଲ । ଏବେ ଏମିତି ଲାଗୁଛି ଯେମିତି ମୁଁ ଭିତରୁ ଭାଙ୍ଗି ସାରିଛି’ । ଏପରି ନିଜ ମନର ଦୁଃଖକୁ ୬ ପୃଷ୍ଠାରେ ପ୍ରକାଶ କରିଥିଲେ ଜିୟା । ଏହି ଆଧାରରେ ଜିୟାଙ୍କ ମା’ ରୁବିୟା ଖାନ୍ ଆକ୍ଟର ସୂରଜ ପାଞ୍ଚୋଲିଙ୍କୁ ତାଙ୍କ ଝିଅର ମୃତ୍ୟୁର ଅଭିଯୁକ୍ତ ବୋଲି ଅଭିଯୋଗ କରିଥିଲେ । ଜିୟାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ସୂରଜ ଙ୍କୁ ଗିରଫ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଥିଲା ।

Share this story

World Odia Language Conferene