ମା’ ନାଁରେ କଳଙ୍କ ! ଅବୈଧ ପ୍ରେମ ପାଇଁ ଦୁଇ ପିଲାଙ୍କୁ ମାରି ନାଳରେ ଫିଙ୍ଗିଦେଲା

woman killed two of her children for illicit relationship

ଓଡ଼ିଆ ଗସିପ ବ୍ୟୁରୋ : ମମତାହୀନ ହୋଇଗଲା ମା’ । ସ୍ନେହ ମମତା ଭୁଲି ନିଜ ପିଲାଙ୍କୁ ହିଁ ରାସ୍ତାରୁ ହଟାଇ ଦେଲା । ପରକୀୟା ପ୍ରୀତି ପାଇଁ ଦୁଇ ଛୁଆଙ୍କୁ ମାରି ନାଳରେ ପକାଇ ଦେଲା ମା’ । ମିରଟ (Meerut)ରେ ଜଣେ ବିବାହିତା ମହିଳା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ପୋଲିସର ୧୦ଟି ଟିମ୍‌ କେନାଲରୁ ମୃତଦେହ ଖୋଜିବା ପାଇଁ ନିୟୋଜିତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ । ଦିନ ଖେର ନଗର ନିବାସୀ ସାହିଦ୍‌ଙ୍କର ୧୦ ବର୍ଷର ପୁଅ ମେରାପ ଓ ୬ ବର୍ଷର ଝିଅ କାନେନ୍‌ ବୁଧବାର ଦିନ ସନ୍ଦେହଜନକ ସ୍ଥିତିରେ ଘରୁ ହଠାତ୍ ନିଖୋଜ୍‌ ହୋଇଯାଇଥିଲେ ।

ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଭାଉଭଉଣୀଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ୍‌ ଛାନଭିନ୍ ଆରମ୍ଭ କରିଥିଲା । ତେବେ ସନ୍ଦେହ ହେବାରୁ ପିଲାଙ୍କର ମା’କୁ ପଚରାଉଚରା କରିଥିଲା ପୋଲିସ । ଆଉ ତା’ ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା ।

ଆହୁରି ପଢନ୍ତୁ : ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏସବୁ ବଡ ଅସୁବିଧା

ପୂର୍ବତନ କାଉନସିଲର ସଇଦ୍‌ଙ୍କ ସହ ମୃତକଙ୍କ ମା’ର ଅନୈତିକ ସମ୍ପର୍କ ଥିବା ଜଣାପଡ଼ିଥିଲା । ଉଭୟଙ୍କ ସମ୍ପର୍କରେ ଦୁଇ ପିଲା କଣ୍ଟା ସାଜିବାରୁ ଯୋଜାନାବଦ୍ଧ ଭାବେ ପ୍ରେମିକ ସହ ମହିଳା ନିଜ ପିଲାଙ୍କୁ ହତ୍ୟା କରିଥିଲେ ।

ଡବଲ୍‌ ମର୍ଡର ମାମଲାରେ ମହିଳା ଏବଂ ପୂର୍ବତନ କାଉନସିଲର ସଇଦଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ହେଉଛନ୍ତି ମହିଳା । ହତ୍ୟା କରିବା ପରେ ଦୁଇ ପିଲାଙ୍କ ଶବକୁ କେନାଲରେ ଫିଙ୍ଗି ଦେଇଥିବା ଅଭିଯୁକ୍ତ ସଇଦ୍‌ ସ୍ୱୀକାର କରିଛି ।

Share this story