ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୩ ପଡୋଶୀ, ମନ ଶାନ୍ତ ହେଲାନି ଯେ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଲଗାଇଲେ...

woman gangraped by three neighbors then subjected to cigarette flames in private parts

ଓଡ଼ିଆ ଗସିପ ବ୍ୟୁରୋ: ମଣିଷ ଦିନକୁ ଦିନ ବାହାରି ଅସାମାଜିକ ହୋଇପଡିଛି । କାହା ଠାରୁ କିଛି ଭଲ ଶିଖିବା ଅପେକ୍ଷା ଅନ୍ୟର ଖରାପ କରି ବସୁଛି ଏହି ମଣିଷ ସମାଜ । ଆଉ ତାହା ପାଇଁ ଅନ୍ୟ ମାନେ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ଶିକାର ହେବାକୁ ପଡୁଛି । ହଁ ଆଜ୍ଞା ଏବେ ଏମିତି ଏକ ଛାତି ଥରା ଘଟଣା ଘଟିଛି ଯାହା କୁ ପଢିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ଘରେ ପଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ମାୟାନଗରୀରେ ମହିଳାଙ୍କ ଘରେ ପଶି ଗଣଦୁଷ୍କର୍ମ କଲେ ୩ ପଡୋଶୀ । ଏଥିରେ ମନ ଭରିଲାନି ଯେ ତାଙ୍କ ଗୁପ୍ତାଙ୍ଗରେ ଲଗାଇଲେ ସିଗାରେଟ ଚେଙ୍କ । ଅତି ନିର୍ଦୟ ଭାବେ ଏହି ଅଭିଯୁକ୍ତ ମାନେ ଏହି ଅପରାଧ ଘଟାଇଛନ୍ତି ।

ଘଟଣା ଘଟିଛି ମୁମ୍ବାଇରେ । ମୁମ୍ବାଇରେ ଜଣେ ୪୨ ବର୍ଷୀୟ ମହିଳାଙ୍କୁ ୩ ଜଣ ପଡୋଶୀ ବଳପୂର୍ବକ ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଛନ୍ତି । ସେମାନେ ମହିଳାଙ୍କ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେବା ସହ ତାଙ୍କ ଛାତି ଓ ହାତରେ ଧାରୁଆ ଅସ୍ତ୍ରରେ ଆଘାତ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ଭୂମିକମ୍ପ, ସୁନାମି (Tsunami) ଢେଉ ମାଡି ଆସିବା ନେଇ ଆସିଲା ଏହି ବଡ ଖବର, ଓଡ଼ିଶାରେ ରହିଛି କି ବିପଦ...

ଏପରିକି ଆପ୍ରାକୃତିକ ଯୌନ କ୍ରିୟା ମଧ୍ୟ କରିଛନ୍ତି । ମୋବାଇଲରେ ଏହାର ଭିଡିଓ ରେକର୍ଡିଂ କରିବା ସହ ପୁଲିସରେ ଅଭିଯୋଗ କଲେ ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇଛନ୍ତି ।

ଗତ ବୁଧବାର ରାତିରେ କୁର୍ଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା ବେଳେ ମହିଳା ଜଣକ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି । ନିଜର ଜଣେ ପଡୋଶୀଙ୍କୁ ସେ ଘଟଣା ସମ୍ପର୍କରେ କହିବା ପରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ ପୁଲିସରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

Share this story