୨ ସନ୍ତାନଙ୍କୁ ହତ୍ୟାକରି ନିଜର ପ୍ରାଣ ନେଲା ମା', ଖୋଜା ଚାଲିଛି କାରଣ...

woman commits suicide after killing two sons

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବଳଭଦ୍ରପୁର ଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଖବର ମିଳିଛି । ଜଣେ ମହିଳା ନିଜର ଦୁଇ ନାବାଳକଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଖବର ଅନୁସାରେ ଚମ୍ପୁଆ ଥାନା ଅଞ୍ଚଳ ଚନ୍ଦ୍ରଶେଖରପୁର ପଞ୍ଚାୟତର ବଳଭଦ୍ରପୁର ଠାରେ ରହୁଥିବା ଭୀମସେନ ନାୟକଙ୍କ ପତ୍ନୀ କ୍ଷଣପ୍ରଭା ନାୟକ, କୌଣସି କାରଣରୁ ନିଜର ଦୁଇ ପୁଅଙ୍କୁ ମାରିବା ପରେ ନିଜେ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଛି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

ଘଟଣାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଚମ୍ପୁଆ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା ବେଳେ ଅଞ୍ଚଳରର ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାଖ ପଡୋଶୀଙ୍କୁ ପଚରାଉଚରା କରୁଛି । ସେପଟେ ଦୁଇ ପୁଅ ଏବଂ ମା' ର ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ହସ୍ପିଟାଲକୁ ପଠାଇଛି । ତେବେ କେଉଁ କାରଣ ପାଇଁ ଏତେ ବଡ ଘଟଣା ଘଟିଲା ସେନେଇ ପୋଲିସ ଛାନଭିନ ଚଳାଇଛି ।

Share this story