ସୁଟକେସରୁ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଫେସବୁକରେ ଲେଖିବାରୁ କରାଯାଇଛି ହତ୍ୟା...

we killed him as mu husband was sending messages in facebook

ଓଡିଆ ଗସିପ୍ ବ୍ୟୁରୋ: ସୁଟକେସରୁ ମୃତଦେହ ମିଳିବା ଘଟଣାର ସାମନାକୁ ଆସିଲା ସାଂଘାତିକ ଦିଗ । ଫେସବୁକରେ ଲେଖିବା ହେଲା କାଳ । ମୃତ ଯୁବକ ଜଣଙ୍କ ସୋସିଆଲ ମିଡିଆରେ କିଛି ଲୋକଙ୍କ ବିଷୟରେ ଲେଖାଲେଖି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ମୃତକ ଜଣଙ୍କ ନୟାଗଡ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାର ମାନସ ରଞ୍ଜନ ମହାପାତ୍ର । ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ଜଡିତ ଥିଲେ । ନିଜେ ଏକ ୟୁଟ୍ୟୁବ ସାଇଟ୍ ଖୋଲି ବିଭିନ୍ନ ପ୍ରକାର ଖବର ଅପଲୋଡ କରୁଥିଲେ ।

ଏଥିସହ ଇଟା ତିଆରି ମେସିନ ମରାମତି କରନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଗତକାଲି ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ବିବାହ ନେଇ ପଚରା ଯାଇଥିବା ପ୍ରଶ୍ନ ରେ ଏମିତି ଉତ୍ତର ରଖିଲେ ରାହୁଲ, କହିଲେ ଯଦି ବାହା ହେବି ତାହାଲେ ଝିଅ…

ଜଙ୍ଗଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ସୁଟକେସ୍ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସ ଖୋଲିବା ପରେ ସେଥିରେ ମୃତଦେହ ଥିବା ଦେଖିବାକୁ ମିଳିଥିଲା ।

ତେବେ କିଏ ଓ କାହିଁକି ମନୋରଞ୍ଜନଙ୍କୁ ମାରିଲେ ସେ ନେଇ ପୋଲିସ ସ୍ପଷ୍ଟ କରିପାରିନି । ସାଇଣ୍ଟିଫିକ୍ ଟିମ୍ ଓ ଡଗସ୍ୱାର୍ଡ ଘଟଣାସ୍ଥଳରେ ଯାଞ୍ଚ କରିବା ସହ ପରିବାରର ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି । ତେବେ ଏହି ମାମଲାରେ ୨ଜଣ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।

Share this story