ମିଛ ନୁହେଁ ସତ: ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ, ଧରାପଡ଼ିବା ପରେ ବାନ୍ତି କରି ବାହାର କଲେ...
ଓଡ଼ିଆ ଗସିପ୍ ବ୍ୟୁରୋ: ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ଲାଞ୍ଚ ନେଇଥିବା ୫ ହଜାର ଟଙ୍କାକୁ ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ଏହି ଅଜବ ଘଟଣା ସାମ୍ନାକୁ ଆସିଛି।
ଅଧିକ ପଢ଼ନ୍ତୁ: ଆସନ୍ତା ଦିନରେ ଅଶାନ୍ତ ରହିବ ସମୁଦ୍ର, ବଙ୍ଗୋପସାଗରରେ ସୃଷ୍ଟି ହେବ ଭୀଷଣ ଲଘୁଚାପ; ଆପକୁଳବର୍ତ୍ତୀ ଅଞ୍ଚଳରେ ୫୫ କିମି ବେଗରେ ବହିବ ପବନ
କଟନୀ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଲାଞ୍ଚ ଟଙ୍କା ନେବାବେଳେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଏସ୍ପିଏଫ୍(Special Police Establishment) ତାଙ୍କୁ ଧରିଥିଲେ।
A patwari in Katni, allegedly swallowed money he had accepted as a bribe after noticing a team of the Lokayukta's Special Police Establishment pic.twitter.com/AgsOyDsnGM
— Anurag Dwary (@Anurag_Dwary) July 24, 2023
ସୂଚନା ଅନୁସାରେ, ସୋମବାର ଦିନ ଏହି ଘଟଣା ଘଟିଛି। ପତ୍ୱାରି ଗଜେନ୍ଦ୍ର ସିଂ ତାଙ୍କ ପ୍ରାଇଭେଟ୍ ଅଫିସରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ସେ ଜାଣିନଥିଲେ ତାଙ୍କୁ ଫସାଇବା ପାଇଁ ବୁଣା ଯାଇଥିବା ଜାଲରେ ସେ ଫସି ଯିବେ ଓ ସବୁକିଛି ପର୍ଦ୍ଦାଫାଶ ହୋଇଯିବ। ବରଖେଡା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ ପୋଲିସ୍ ତାଙ୍କ ପ୍ରାଇଭେଟ୍ ଅଫିସ୍ରେ ରେଡ୍ କରିଥିଲା।
ଅଧିକ ପଢ଼ନ୍ତୁ : ୨୦ ବର୍ଷ ପରେ ମଙ୍ଗଳ-ଶୁକ୍ର ସଂଯୋଗ; ଏହି ୩ଟି ରାଶିର ଲୋକଙ୍କୁ ମିଳିବ ବିଶେଷ ଲାଭ
ଯୋଜନା ମୁତାବକ, ଉକ୍ତ ବ୍ୟକ୍ତି ଗଜେନ୍ଦ୍ରଙ୍କୁ ୫ ହଜାର ଟଙ୍କା ଦେଉଥିବା ସମୟରେ ପୋଲିସ୍ ହଠାତ୍ ପହଞ୍ଚି ସରକାରୀ ଅଧିକାରୀଙ୍କୁ ଧରିଥିଲା। ହେଲେ ଏହି ଭୟରେ ଗଜେନ୍ଦ୍ର ସାଙ୍ଗେ ସାଙ୍ଗେ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ : ବିମାନ ଉଡ଼ାଉଥିବା ବେଳେ ଅସୁସ୍ଥ ହେଲେ ପାଇଲଟ: ଯାତ୍ରୀ ଉଡ଼ାଇଲେ ବିମାନ, ତା ପରେ...
ଅନ୍ୟପକ୍ଷେ, ଏନେଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।