କୁକୁର ସହ ଶାରୀରିକ ସମ୍ପର୍କ ରଖିଥିଲେ ମହିଳା, ତା'ପରେ କିଛି ଏପରି ଘଟିଥିଲା...

This woman kept physical relation with dog shame

ଓଡ଼ିଆ ଗସିପ ବ୍ୟୁରୋ: କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା । ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ? କିନ୍ତୁ ଏହା ପୂରା ସତ । ଏମିତି ଘଟଣା ଆମ ଦେଶ ଭାରତରେ ନୁହେଁ ବରଂ ଆୟରଲ୍ୟାଣ୍ଡ ଘଟିଛି ।

ଜଣେ ୨୯ ବର୍ଷୀୟ ମହିଳାଙ୍କର କୁକୁର ସହିତ ଶାରିରୀକ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣା ଜଣାପଡ଼ିବା ପରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଆଉ ମାମଲାଟି କୋର୍ଟର ଶୁଣାଣି ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏନେଇ ପ୍ରମାଣ ମିଳିଥିବା କୋର୍ଟରେ ଆଇନଜୀବୀମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ : AI ଜାରି କଲା ପ୍ରଭୁ ଶ୍ରୀରାମଙ୍କ ଫଟୋ: ୨୧ ବର୍ଷ ବୟସରେ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ…

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା ଜଣକ ଡିସେମ୍ବର ୨୦୧୯ ରେ ତାଙ୍କ ଘରେ ଥିବା ରୋଟୱିଲର ପ୍ରଜାତିର କୁକୁର ସହିତ ଯୌନ ସମ୍ପର୍କ ରଖିଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ପଶୁପକ୍ଷୀଙ୍କୁ ନିର୍ଯାତନ ଦିଆଯାଉଥିବା ମାମଲା ଦାୟର ହେବା ସହ ସଙ୍ଗୀନ ଦଫା ମଧ୍ୟ ଲାଗିଛି ।

ସେପ୍ଟେମ୍ବର ୩ ରେ ଡବଲିନରେ ହୋଇଥିବା କୋର୍ଟର ଶୁଣାଣି ସମୟରେ ଜଜ୍ ଟ୍ରେସା କେଲିଙ୍କୁ ସରକାରୀ ଓକିଲ କହିଥିଲେ ଯେ, ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଛି । ତେଣୁ କୋର୍ଟରେ ସେ ନିଶ୍ଚିତ ଦୋଷ ସାବ୍ୟସ୍ତ ହେବେ ।

ମହିଳାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟକୁ ଏହି ମାମଲାର ଶୁଣାଣି ପାଇଁ କିଛି ସମୟ ମାଗିଛନ୍ତି ଓ କହିଛନ୍ତି କି ଏବେ ତାଙ୍କ ଆବେଦନକାରୀ ସହରରେ ଉପସ୍ଥିତ ନାହାନ୍ତି । ତେଣୁ ସେ ଆସିବା ପରେ ଏହି ମାମଲାର ଶୁଣାଣି କରିବା ପାଇଁ ଆଇନଜୀବୀ କୋର୍ଟଙ୍କ ଆଗରେ ପ୍ରାର୍ଥନା କରିଥିଲେ ।

ଆହୁରି ପଢ଼ନ୍ତୁ : ୪ ଜଣଙ୍କୁ ଜୀବନ ଦେଇଗଲା ସୁଶାନ୍ତ, ଲଣ୍ଡନରେ ହୋଇଥିଲା ଦେହାନ୍ତ, ପୁରା କାହାଣୀ ପଢିଲେ ଆପଣ ବି ବାଃ ବାଃ କରିବେ...

ଏହା ପରେ ମାମଲାର ଶୁଣାଣି କରୁଥିବା ଜଜ୍ କେଲି ମାମଲାର ଶୁଣାଣିକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣିରେ ମହିଳାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହିଳା ଯଦି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କଠୋର ଦଣ୍ଡ ପାଇବେ ବୋଲି କୋର୍ଟ କହିଛନ୍ତି ।

ଏହାସହ ଏପରି ସଙ୍ଗୀନ ମାମଲା ଯାହାଙ୍କ ନାଁରେ ହୋଇଛି ତାଙ୍କର ନାମ କିମ୍ବା କୌଣସି ସୂଚନା ସୋସିଆଲ ମିଡିଆ କିମ୍ବା ଅନ୍ୟତ୍ର କେଉଁଠାରେ ପ୍ରକାଶ ନକରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପରି ମାମଲା ଜଣାପଡ଼ିବା ପରେ ସାରା ଦେଶରେ ପୂରା ଚର୍ଚ୍ଚା ଚାଲିଛି ।

Share this story

World Odia Language Conferene