ବାପା-ମାଙ୍କୁ ୨୮୨ ଥର ଛୁରୀ ଭୁସି ହତ୍ୟା କଲା ପୁଅ, ଏମିତି ରଚିଥିଲା କଳା କାହାଣୀର ଫାସ...

son killed mother and father stabbing them 282 times

ଓଡ଼ିଆ ଗସିପ ବ୍ୟୁରୋ: ୩୭ ବର୍ଷୀୟ ଜଣେ ବ୍ୟକ୍ତି ନିଜର ବାପା ଓ ମାଙ୍କୁ ଛୁରୀ ଭୁସି ହତ୍ୟା କରିଛି । ରାଗରେ ତା ମନ ଭାରିଲାନି ଯେ ସେ ୨୮୨ ଥର ଛୁରୀ ଭୁସି ଉଭୟଙ୍କ ଜୀବନ ନେଇଛି । ଏହି ଆକ୍ରମଣ ବେଳେ ତିନୋଟି ଅଲଗା ଅଲଗା ଛୁରୀ ବ୍ୟବହାର କରିଛି ହତ୍ୟାକାରୀ ପୁଅ ।

ନିକଟରେ ବାପା-ମାଙ୍କୁ ହତ୍ୟା ମାମଲାରେ ପୁଅ ବିରୋଧରେ କୋର୍ଟ ଶୁଣାଣି କରିଛନ୍ତି । ମାମଲା ଇଂଲଣ୍ଡର ୟାର୍କଶାୟରରେ ଘଟିଛି । ୟାର୍କଶାୟର ଲାଇଭ ରିପୋର୍ଟ ଅନୁସାରେ, ୬୬ ବର୍ଷୀୟ ଜନ୍ ଓ ବେର୍ଭୋଲିଙ୍କୁ ତାଙ୍କ ପୁଅ ଡେଭିଡ ହତ୍ୟା କରିଛି । ଏହି ଘଟଣା ୨୧ ଡିସେମ୍ବର ୨୦୨୧ରେ ଘଟିଥିଲା ।

ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ହତ୍ୟା କରିବା ପରେ ଡେଭିଡ ଘରର ଦୁଆର ମୁହଁରେ ବସି ପୋଲିସ୍ କୁ ଅପେକ୍ଷା କରିଥିଲା । ସେ ନିଜେ ଫୋନ୍ କରି ପୋଲିସକୁ ମଧ୍ୟ ଡାକିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଯୁବକ; ଜଣେ ମୃତ, ଅନ୍ୟ ଜଣେ...

ଯେତେବେଳେ ପୋଲିସ ଅଧିକାରୀ ମାନେ ଘର ଭିତରକୁ ଯାଇ ଦେଖିଥିଲେ, ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘର ଭିତରେ ରକ୍ତରେ ଭିଜା ଦୁଇଟି ମୃତଦେହ ପଡ଼ି ରହିଥିଲା । ଡେଭିଡ ଘଟଣାସ୍ଥଳରେ ହିଁ ନିଜର ବାପା-ମାଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା ।

ଏହି ମାମଲାରେ ବ୍ରେଡଫୋର୍ଡ କ୍ରାଉନ୍ କୋର୍ଟ ରେ ୨୦ ଜାନୁଆରୀ ୨୦୨୩ ରେ ଶୁଣାଣି କରିଥିଲେ । ଏହି ସମୟରେ କୁହାଯାଇଥିଲା ଯେ, ଡେଭିଡ ବହୁ ବର୍ଷ ହେବ ମାନସିକ ରୋଗରେ ପୀଡିତ ଥିବା ଶୁଣାଯାଉଛି । ସେ କିଛି ମାସ ପୂର୍ବରୁ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଥିଲା, କିନ୍ତୁ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଓଡ଼ିଶା ମୋତେ ଭଲ ପାଏ ହେଲେ ମୁଁ ବାହା ହୋଇ ସାରିଛି, ଏମିତି ଥିଲା ଦିଲ୍ଲୀ ଭାଉଜଙ୍କ ଉତ୍ତର ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ...

ଇତିମଧ୍ୟରେ ସେ ଔଷଧ ନେବା ବନ୍ଦ କରିଦେଇଥିଲା । ଡେଭିଡ ସିଜ୍ରୋଫ୍ରୋନିଆ ଓ ପେରୋନାଏଡ୍ ସାଇକୋସିସ ନାମକ ରୋଗରେ ପୀଡ଼ିତ ଥିଲା । ଆକ୍ରମଣର ଦିନକ ପୂର୍ବରୁ (୨୦ ଡିସେମ୍ବର, ୨୦୨୧) ରେ ଡେଭିଡ ଜଣେ ଡାକ୍ତରଙ୍କୁ ଦେଖା କରିଥିଲା ।

କିନ୍ତୁ ତାକୁ ଔଷଧ ମିଳିନଥିଲା । ଏହା ମଧ୍ୟ କୋର୍ଟ ରେ କୁହାଯାଇଛି, ଡେଭିଡ ନିଜ ମା'ଙ୍କୁ ଛୁରୀ ଓ ବ୍ଲେଡରେ ୯୦ ଥରରୁ ଅଧିକ ଆକ୍ରମଣ କରିଥିଲା । ସେଭଳି ବାବାଙ୍କ ଉପରେ ୧୮୦ରୁ ଅଧିକ ଥର ଆକ୍ରମଣ କରିଥିଲା । ତାକୁ କୋର୍ଟ ଜେଲ ରେ ଅଲଗା ରଖିବା ପାଇଁ ଶୁଣାଣି ରେ କହିଥିଲେ କାରଣ ଡେଭିଡ ହିଂସ୍ର ଓ ମାନସିକ ରୋଗରେ ପୀଡ଼ିତ ଅଛି ।

Share this story