ବିଭତ୍ସ ହତ୍ୟାକାଣ୍ଡ ! ଯୁବକଙ୍କ ଯୌନାଙ୍ଗ କାଟି ତାଙ୍କ ସହ କଲେ ଏପରି କାଣ୍ଡ...

persons genital cut by miscreants

ଓଡ଼ିଆ ଗସିପ ବ୍ୟୁରୋ: ଯୁବକଙ୍କୁ ନିର୍ମମ ହତ୍ୟା । ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ବୁଡାମାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗାଁର ସାନନ୍ଦ ସା ନାମକ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କରାଯାଇଛି । ବିଲରେ ଯୁବକର ମୃତଦେହ ପଡ଼ି ଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ ଗାଁ ଲୋକ ।

ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସୂଚନା ଅନୁସାରେଆଜି ସକାଳୁ ସକାଳୁ ଏକ ଚାଷ ଜମି ନିକଟରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ମୃତକ । ସଙ୍ଗେ ସଙ୍ଗେ ଏନେଇ ପୋଲିସ୍‌କୁ ଖବର କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସୁନ୍ଦରୀ ତରୁଣୀଙ୍କ ନିଶାରେ ଭୁବନେଶ୍ୱର, ବର୍ଷକରେ ଅଦୃଶ୍ୟ ସୁନ୍ଦରୀ ନେଲେଣି ଦେଢ଼କୋଟି

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଯୁବକଙ୍କୁ କିଏ କାହିଁକି ଏଭଳି ଜଘନ୍ୟ ଭାବରେ ହତ୍ୟା କରିଛି, ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ଏବେ ସୋହେଲା ଘଟଣାସ୍ଥଳରେ ପହଁଚି ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Share this story