ବଢୁଛି ନିର୍ବାଚନୀ ହିଂସା, ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା
 

Nitish Kumar Party Leader Saurabh Kumar shot dead in Patna
ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। 

ଅଧିକ ପଢନ୍ତୁ : ଚାକିରିରେ ପ୍ରମୋସନ ସହ ଆକସ୍ମିକ ଧନଲାଭର ରହିଛି ଯୋଗ! ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ  

ଗୁଳି ବିନିମୟରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି। ମୃତ ଜେଡିୟୁ ନେତାଙ୍କ ମୃତଦେହ ଶବବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୁନପୁନରେ ଆୟୋଜିତ ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ଭୋରୁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। 

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ! ପଢନ୍ତୁ ଆଜିର ରାଶିଫଳ 

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାଟଲିପୁତ୍ରରୁ ଆରଜେଡି ପ୍ରାର୍ଥୀ ଏବଂ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ପୁନପୁନରେ ପହଞ୍ଚି ସୌରଭ କୁମାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତଦନ୍ତ ପାଇଁ ପାଟନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅଧିକ ପଢନ୍ତୁ : ମୀନ ରାଶିରେ ଶୁକ୍ର- ରାହୁ ଓ କେତୁ, ୩ ଗ୍ରହଙ୍କ ମିଳନ ଯୋଗୁଁ ରାଜଯୋଗ ସୃଷ୍ଟି, ଧନବାନ୍ ହେବେ ଏହି ୩ ରାଶି
 

Share this story