ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ: ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ...

miscreants loots crores of rupees from Odisha Gramya Bank in Odisha

ଓଡ଼ିଆ ଗସିପ ବ୍ୟୁରୋ: ଆଜି ଖରାବେଳେ ମହାବିରୋଡ଼ ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ ହୋଇଛଇ ।

ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ପ୍ରାୟ ୫ ଶହଟି ସୁନା ଅଳଙ୍କାର ପ୍ୟାକେଟ ୪ଟି ଟ୍ରଙ୍କରେ ରହିଥିବା ସୂଚନା । ସମ୍ପୂର୍ଣ୍ଣ ୪ଟି ଟ୍ରଙ୍କକୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ ।

ଅଧିକ ପଢ଼ନ୍ତୁ : ମୟୂରଭଞ୍ଜରେ ହାଇଓ୍ବା ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା; ୫ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ

ଦୁର୍ବୃତ୍ତ ମାନେ ଫାଙ୍କା ଗୁଳି ଚାଳନା କରି ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ଲୁଟିବାରେ ସକ୍ଷମ ହୋଇଥିଲେ । ଯାହାକୁ ନେଇ ସୂଚନା ଦେଇଛନ୍ତି ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ ।

୪ ଜଣ ଦୁର୍ବୃତ୍ତ ଦୁଇଟି ପଲସର ଗାଡ଼ିରେ ଆସି ଲୁଟି ନେଇଥିଲେ ଟଙ୍କା ଓ ସୁନା । ସିସି ଟିଭି ଆଧାରରେ ମହାବିରୋଡ଼ ପୁଲିସର ତନାଘନା ଜାରି ରହିଛି ।

Share this story