ମୟୂରଭଞ୍ଜରେ ହାଇଓ୍ବା ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା; ୫ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ

Passenger bus collided with hywa truck many injured

ଓଡ଼ିଆ ଗସିପ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନା ଶାଳ ନିକଟରେ ଥିବା ଗ୍ରିଡ ସବ୍ ଷ୍ଟେସନ ସମ୍ମୁଖରେ ଏକ ବାଲି ବୋଝେଇ ହଇୱାକୁ କଲ୍ୟାଣୀ ନାମକ ଏକ ଘରୋଇ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ସମ୍ପୂର୍ଣ ଗୁରୁତର ହେଇଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, କଲ୍ୟାଣୀ ନାମକ ଘରୋଇ ବସ ଆଜି କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ନମ୍ୱର ଓଡି ୧୬ ଏ ୦୭୯୦ କୁ ଗ୍ରିଡ୍ ସବ୍ ଷ୍ଟେସନ ସମ୍ମୁଖରେ ପଛ ପଟୁ ଧକ୍କା ଦେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ଅଧିକ ପଢ଼ନ୍ତୁ : ମଞ୍ଚରୁ ବିଧାୟକ ତାରାପ୍ରସାଦ ବାହିନୀପତି କଣ ଏମିତି ଦାବି କଲେ ଯେ ମଞ୍ଚ ଉପରେ ହିଁ ଦାବି ପୂରଣ ପାଇଁ ହଁ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖବର ପାଇ ୩ ଟି ୧୦୮ ଆମ୍ବୁଲାନ୍ସ ସହିତ ପୁଲିସ ମଧ୍ୟ ନିଜ ଗାଡିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାଯାଇଛି ।

ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୀଡିତା ଏବଂ ଜନସାଧାରଣ କ୍ଷତିପୂରଣ ଦାବି କରିବା ସହ ଦୋଷୀ ବିରୋଧରେ ନାରାବାଜି କରିଥିଲେ ।

Share this story

World Odia Language Conferene