ଭୟଙ୍କର ପ୍ରତିଶୋଧ, ନା ପୋଲିସକୁ ନା ଆଇନ୍‌ କାନୁନକୁ ଭୟ ! ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଟାଙ୍ଗି ଦେଲେ ଗଛରେ

Man beaten to death For Attacking Woman in Odisha's Malkangiri district
ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଟାଙ୍ଗି ଦେଲେ ଗଛରେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହେଲା ଯୁବକ ପାଇଁ ହେଲା କାଳ, ମହିଳାଙ୍କ ସମ୍ପର୍କୀୟମାନେ ପ୍ରତିଶୋଧ ନେବାକୁ ଯାଇ ଯୁବକକୁ ନିର୍ମମ ଭାବେ ହତ୍ୟା କରି ଶେଷରେ ଗଛରେ ଟାଙ୍ଗି ଦେଇଛନ୍ତି । ପୋଲିସ କି ଆଇନ୍‌ କାନୁନକୁ ସତେ ଯେମିତି ଭୟ ହିଁ ନାହିଁ। ତା’ର ପ୍ରତିଶୋଧ ନେବାକୁ ଯାଇ ଆଇନକୁ ହାତକୁ ନେଉଛନ୍ତି ଲୋକେ। ଯାହାର ଏକ ଉଦାହରଣ ମାଲକାନଗିରି କୋରକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ମୃତକ ହେଲେ ଦେବା ମାଡକାମୀ। ନିଜ ପଡୋଶୀ ଜଣେ ମହିଳାଙ୍କୁ ସେ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

ଖବରପାଇ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ମୃତ୍ୟୁ ପରେ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କୁ ପରିବାର ଲୋକେ କାଲିମେଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଧରି ଖୋଳତାଡ଼ ଚଳାଇଛି। ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Share this story