World Odia Language Conferene

ପ୍ରେମ ପାଇଁ ମୃତ୍ୟୁର ବାଟ ବାଛିଲେ କି ଅକ୍ଷୟ? ମୃତ୍ୟୁ ପଛରେ ଥିଲା ତ୍ରିକୋଣୀୟ ପ୍ରେମ କାହାଣୀ!

Main motive of DJ Ajex death is triangular love

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଷୟ କୁମାର ମହାରଣ । ଏହି ନାଁରେ ସେ ଯେତିକି ପରିଚିତ ନଥିଲେ, ତାଠୁ ଅଧିକ, ଡିଜେ ଆଜେକ୍ସ ଭାବେ ଲୋକପ୍ରିୟ ଥିଲେ । ତାଙ୍କ ସହ ପରିଚତ ଥିବା କୌଣସି ଲୋକ ଏବେ ବି ବିଶ୍ୱାସ କରୁନାହାଁନ୍ତି ଯେ, ଆଜେକ୍ସଙ୍କ ମୃତ୍ୟୁ ହୋଇସାରିଛି ।

ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ଝୁଳନ୍ତା ଅବସ୍ଥାରେ ଅକ୍ଷୟ ମହାରଣାଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏହି ମୃତ୍ୟୁ ପରେ ଜଣେ ଯୁବତୀ ଏବଂ ଏକ ପ୍ରେମକାହାଣୀର ଚର୍ଚ୍ଚା ହେଉଛି ।

ଅକ୍ଷମଙ୍କ ମୃତ୍ୟୁ ପରେ ଯେଉଁ ଯୁବତୀଙ୍କୁ ନେଇ ସବୁଠୁ ହେଉଛି, ସେହି ଯୁବତୀଙ୍କ ସହ ଏକାଠି ବୁଲୁଥିଲେ ଅକ୍ଷୟ । ଅକ୍ଷୟଙ୍କ ପରିବାର ଓ ସାଙ୍ଗ ମାନଙ୍କ କହିବା ଅନୁସାରେ, ପାର୍କ ଯାଉଥିଲେ, ହୋଟେଲରେ ଖାଉଥିଲେ । ଏମିତି ନିବିଡ଼ ସମ୍ପର୍କ ଥିଲା ଯେ, ଅସୁବିଧା ସମୟରେ ଏହି ଯୁବତୀଙ୍କ ପାଖରେ ଠିଆ ହୋଇଯାଉଥିଲେ ଅକ୍ଷୟ ।

ଆହୁରି ପଢ଼ନ୍ତୁ : ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ, କଟକରେ ଘଟିଛି ଏପରି ଅମାନୁଷିକ କାଣ୍ଡ...

ସଂପୃକ୍ତ ଯୁବତୀଙ୍କ ଜନ୍ମଦିନରେ ଏକାଠି ଜନ୍ମଦିନ ପାଳନ କରୁଥିବାରୁ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ୱାର୍ଟ୍ସଆପ୍ ଜରିଆରେ ପରସ୍ପର କରୁଥିବା ଚାର୍ଟର୍ ହିଁ ଘନିଷ୍ଠତାକୁ ପ୍ରମାଣିତ କରୁଛି । ହେଲେ ଯବୁତୀଙ୍କ ସାଙ୍ଗ ଏଥିରେ ପ୍ରବେଶ କରିଥିବା ପରେ ସ୍ଥିତି ବଦଳି ଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଏହି ଯୁବତୀଙ୍କ ସାଙ୍ଗ ଥିବା ରଶ୍ମୀ ନାମକ ଜଣେ ଯୁବକ, ଅକ୍ଷୟଙ୍କୁ ବିଭିନ୍ନ ଭିଡିଓ ଓ ଫଟୋକୁ ନେଇ ବାରମ୍ବାର ବ୍ଲାକ୍ମେଲ କରୁଥିଲେ । ଆଉ ଏହି କାରଣରୁ ଅକ୍ଷୟ ମାନସିକ ଚାପରେ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ : ଆସନ୍ତାକାଲି ଚୈତ୍ର ଅମାବାସ୍ୟାରେ ଖରାପ ଶକ୍ତିର ରହିଥାଏ ପ୍ରଭାବ, ଭୁଲରେ ମଧ୍ୟ କରନ୍ତୁ ଏହି ୫ଟି କାମ!

ବଡ଼ କଥା ହେଉଛି, ଏହି ଘଟଣାରେ ୩୦୬ ଦଫା ଲଗାଇଛି ଖାରବେଳ ନଗର ଥାନା ପୁଲିସ । ଅର୍ଥାତ୍ ଅକ୍ଷୟ ଏଭଳି ଚରମ ନିଷ୍ପତି ନେବା ପାଇଁ କେହି ଜଣେ ତାଙ୍କୁ ପ୍ରବର୍ତାଇଥିବା ଦିଗକୁ ଇସାରା କରୁଛି । ପୁଲିସ ସୂଚନା ଅନୁସାରେ, ଏହି ଘଟଣାସହ ସଂପୃକ୍ତ ଥିବା ସମସ୍ତଙ୍କୁ ତଦନ୍ତର ପରିସର ଭୁକ୍ତ କରାଯିବ ।

ଝୁଲନ୍ତା ଅବସ୍ଥାରେ ଅକ୍ଷୟଙ୍କ ଉଦ୍ଧାର କରାଯିବା ପରେ ଅକ୍ଷୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠି ଡାକ୍ତର ମୃତ ଘୋଷଣା କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଅକ୍ଷୟଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା । ହେଲେ ଅକ୍ଷୟଙ୍କ ମୃତ୍ୟୁକୁ ନେଇ ଏବେ ଘୁରି ବୁଲୁଛି ଅନେକ ପ୍ରଶ୍ନ ।

Share this story