ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ, କଟକରେ ଘଟିଛି ଏପରି ଅମାନୁଷିକ କାଣ୍ଡ...

Allegation of rape after abducting woman and such an inhumane incident happened in Cuttack

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ ହୋଇଛି ।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୁଲିସ ଗିରଫ କରିଛି । ଖବର ଅନୁଯାୟୀ, ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା ।

ଆହୁରି ପଢ଼ନ୍ତୁ : ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆରମ୍ଭ; ଭୁବନେଶ୍ବରର ବିଭିନ୍ନ ନାଇଟ୍‌ କ୍ଲବ, ଡ୍ୟାନ୍ସ ବାର୍‌ରେ ରେଡ୍‌...

ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ହୋଟେଲ ରଖି ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ସହ ଯୁବତୀଙ୍କୁ ଜୋର ଜବରଦସ୍ତି ବିବାହ ମଧ୍ୟ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Share this story

World Odia Language Conferene