ପ୍ରମୋସନ ଲେଟର ନେଇ ଫେରୁଥିଲେ ଏସିଏଫ୍‌, ମାଡ଼ି ବସିଲା ଭିଜିଲାନ୍ସ

Koraput forest ranger on vigilance net

ଓଡ଼ିଆ ଗସିପ ବ୍ୟୁରୋ : ରେଞ୍ଜରରୁ ଏସିଏଫ୍‌କୁ ପ୍ରମୋସନ ପାଇ ଖୁସିଥିଲେ ସୁରଜିତ କୁମାର ସାହୁ । ହେଲେ ତାଙ୍କର ସେହି ଖୁସି ବେଶୀ ସମୟ ରହି ନଥିଲା । ପ୍ରମୋସନ ପାଇବାର ତିନି ଦିନ ପରେ ସେ ପଡ଼ିଗଲେ ଭିଜିଲାନ୍ସ ଜାଲରେ ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଲମତାପୁଟ ରେଞ୍ଜ ଅଫିସର ସୁରଜିତ କୁମାର ସାହୁ ୩ ଦିନ ତଳେ ଏସିଏଫ୍‌ ଭାବେ ପ୍ରମୋସନ ପାଇଥିଲେ । ଗତକାଲି ସେ ପ୍ରମୋସନ ଲେଟର ଆଣିବାକୁ କୋରାପୁଟ ଡିଏଫ୍‌ଓ ଅଫିସ୍‌କୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ : କେବଳ ଜୀବନ୍ତ ମହିଳା ନୁହେଁ, ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ରଖନ୍ତି ଏହି ଆଗୋରୀ ବାବା! କାରଣ ବହୁତ ଅଜବ...

ପ୍ରମୋସନ ଲେଟର ନେଇ ସେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସରକାରୀ ଗାଡ଼ି ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ହେଲେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକାଇ ଥିଲେ । ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ନଗଦ ଏକ ଲକ୍ଷ ୫ ହଜାର ଟଙ୍କା ବାହାରିଲା ।

ଏହି ଟଙ୍କା ସେ କେଉଁଠାରୁ ଆଣିଥିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ । ହେଲେ ସୁରଜିତ କୁମାର ସାହୁ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ଭିଜିଲାନ୍ସ ପକ୍ଷରୁ ଉକ୍ତ ଟଙ୍କାକୁ ଜବତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ : ତନ ମନ ଯୌବନ ନିୟନ୍ତ୍ରଣ କରି ନ ପାରି କାନ୍ଥରେ ଏମିତି ଘଷିହେଲେ ଲଭ୍ ବାର୍ଡ, ତାହା ପୁଣି କଟକର ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ, ଦେଖନ୍ତୁ ଭାଇରାଲ ଭିଡ଼ିଓ...

ଏହା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ସୁରଜିତ କୁମାର ସାହୁଙ୍କ ଲମତାପୁଟ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଖାଲି ଏତିକି ନୁହେଁ, ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା । ତାଙ୍କ ଘରୁ କ’ଣ ସବୁ ବାହାରିଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇନାହିଁ । ତେବେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Share this story