DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି, ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ...

girl friend slap takes DJ Azex life rumour spread

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣା । ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ମୃତକଙ୍କ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ କରିିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଏହି ଘଟଣାରେ ରହସ୍ୟ ଖୋଲିବ ସିଡିଆର । ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୪ଟି ନୀତି ମାନିଲେ ଜୀବନ ହେବ ସୁଖମୟ...

ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ମୃତକଙ୍କ ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ଚାଲିଛି ତନାଘନା । ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ମହାରଣାଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କର ପୁରୁଷ ବନ୍ଧୁଙ୍କ ହାତ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସନ୍ଦେହ କରାଯାଉଛି । ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହୋଇପାରେ ଜେରା ।

ସେପଟେ ଆଜେକ୍ସଙ୍କ ବ୍ୟବଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି । ଏକ ଘରୋଇ ମେଡିକାଲ କଲେଜରେ ଡିଜେ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁଇ ବର୍ଷ ପ୍ରେମ ଠିକ ଠାକ ଚାଲିଲା ।

ଆହୁରି ପଢ଼ନ୍ତୁ : ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ, କଟକରେ ଘଟିଛି ଏପରି ଅମାନୁଷିକ କାଣ୍ଡ...

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସେହି ଝିଅ ଅନ୍ୟ ଏକ ପୁରୁଷ ବନ୍ଧୁଙ୍କ ସହ ମିଶି ଅକ୍ଷୟଙ୍କୁ କୁଆଡ଼େ ବ୍ଲାକମେଲ କରୁଥିଲେ । ଏମିତିକି ଅନଲାଇନ୍ ପେମେଣ୍ଟରେ ସେ ୧୫ ହଜାର ଟଙ୍କା ବି ସେ କଆଡ଼େ ଦେଇଥିଲେ । ଏହାସହିତ ଏକ ସ୍କୁଟି ଦେବାଲାଗି କୁଆଡ଼େ କଥା ଦେଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ସେ ଆତ୍ମହତ୍ୟା କଲେ କାହିଁକି । DJ Azex ବ୍ୟବହାର କରୁଥିବା ମୋବାଇଲ ଫୋନ୍, ଚାଟ ମେସେଜ, ବ୍ୟାଙ୍କ୍ ଆକାଉଣ୍ଟ ପେମେଣ୍ଟ ଲିଷ୍ଟ ଭଳି ଅନେକ ପ୍ରମାଣ ପୋଲିସ୍ କୁ ଦେଇଛନ୍ତି ପରିବାର ଲୋକେ ଓ ଆଜେକ୍ସଙ୍କ ବନ୍ଧୁ । ସେପଟେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଆଜେକ୍ସଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତାଙ୍କୁ ହତ୍ୟା କରାଯାଇନାହିଁ ତ? ଯଦି ସେ ଆତ୍ମହତ୍ୟା କରିଛନ୍ତି ଏଥିପାଇଁ କିଏ ଦାୟୀ ।

Share this story