ଜେନେରେଟର୍‌ ଧୂଆଁ ହେଲା କାଳ; ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର

generator gas leak kills two of suffocation

ଓଡ଼ିଆ ଗସିପ ବ୍ୟୁରୋ: ଜେନେରେଟର୍‌ ଧୂଆଁ ହେଲା କାଳ । ଘରେ ଶୋଇଥିବା ବେଳେ ଜେନେରେଟର୍‌ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି ।

ଗଜପତି ଜିଲ୍ଲା ମୋହନାର ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତେରସିଂ ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ଗଣେଷ ନାୟକ (୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ : ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ କଲା ହତ୍ୟା କଲା ସାତ ଜନ୍ମ ପାଇଁ ନିଜର କରିଥିବା ସ୍ୱାମୀ...

ସୂଚନା ଅନୁସାରେ, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ପରିବାର ଭୋଜି ଭାତ ଖାଇ ଘରେ ଶୋଇଥିଲେ । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟର୍‌ ଧୂଆଁ ଯୋଗୁଁ ସମସ୍ତେ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି ।

ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

Share this story