ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ କଲା ହତ୍ୟା କଲା ସାତ ଜନ୍ମ ପାଇଁ ନିଜର କରିଥିବା ସ୍ୱାମୀ...

Wife beaten to death by husband in Odisha

ଓଡ଼ିଆ ଗସିପ ବ୍ୟୁରୋ: ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ । ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବାବେଳେ ମୃତ ଦେହ ଜବତ କଲା ପୋଲିସ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ । କୌଣସି ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ : "ମୁଁ ଏକାସାଙ୍ଗେ ୧୦ଜଣ ଟୋକାଙ୍କୁ ସମ୍ଭାଳି ପାରିବି, ମୁଁ ଓଡ଼ିଶାର ସନି ଲିଓନ, ଯିଏ ଯାହା ପାରୁଛ କର" ଦେଖନ୍ତୁ କଣ କହୁଛନ୍ତି ନିଶା, ଦେଖନ୍ତୁ Exclusive ଭିଡିଓ...

ସୂଚନା ଅନୁସାରେ, ଅଷ୍ଟମ ୫ ବର୍ଷ ତଳେ ମମତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିବାବେଳେ ମଦ୍ୟପାନ କରି ମାଡ଼ପିଟ କରନ୍ତି । କିନ୍ତୁ ଗତ ରାତିରେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ କଳହ ହୋଇଥିଲା ।

ତେବେ ଏହି କଳହରେ ଅଭିଯୁକ୍ତ ସ୍ୱାମୀ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ବାଡେଇ ଦେଇ ଥିଲେ । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ସକାଳେ ସେ ଓ ତାଙ୍କ ବଡ଼ ଭାଇ ଶିବ ଖଟୁଆ ମିଶି ଘର ପଛ ପାଖ ଜଙ୍ଗଲକୁ ଶବ ସତ୍କାର ପାଇଁ ନେଉଥିବା ବେଳେ, ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ଦୁଇ ଭାଇଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Share this story

World Odia Language Conferene