ଅନଲାଇନ୍ ଗେମର ଆଇଡି ପାସୱାର୍ଡ ନଦେବାରୁ ପେଟ୍ରୋଲ ପକାଇ ପୋଡି ଦେଲେ ୪ ନାବାଳକ ସାଙ୍ଗ
ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଅନଲାଇନ୍ ଗେମ ଖେଳକୁ ନେଇ ହୋଇଛି ହତ୍ୟାକାଣ୍ଡ । ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ।
ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନାବାଳକଙ୍କ ମୃତଦେହକୁ ପୋଡ଼ିଦେଇଥିଲେ। ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ମୃତ ନାବାଳକ ମୁର୍ଶିଦାବାଦ ଫରକ୍କା ଡ୍ୟାମ୍ ପ୍ରୋଜେକ୍ଟ ହାଉସିଂ ଅଂଚଳରେ ରହୁଥିଲେ।
ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
ଗତ କିଛିଦିନ ହେବ ସେ ନିଖୋଜ ଥିଲେ । ନାବାଳକ ନିଖୋଜ ନେଇ ତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ପୋଲିସ ନାବାଳକଙ୍କ ୪ ବନ୍ଧୁକୁ ପଚରାଉଚରା କରିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହକୁ ଚିହ୍ନଟ ପରେ ତାର ୪ ସାଙ୍ଗ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରିଥିଲା।
ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ତନାଘନା ପରେ ଅନଲାଇନ୍ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ନାବାଳକଙ୍କ ନାଁରେ ଏହି ଅନଲାଇନ୍ ଗେମ୍ ଆଇଡି ଥିଲା । ତାର ଅନ୍ୟ ସାଙ୍ଗ ଏହି ଆଇଡିର ପାସୱାର୍ଡ ମାଗିବାରୁ ସେ ଦେଇନଥିଲେ । ଏହାପରେ ୪ ସାଙ୍ଗ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଜଙ୍ଗଲକୁ ଡାକି ନେଇ ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡି ଦେଇଥିଲେ।
ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ