ଏହି ସଙ୍ଗୀନ କାରଣ ପାଇଁ ପୂର୍ବତନ ସର୍ବଗିଳା ମହିଳା ଆଇଆଇସି ପୁଷ୍ପଲତା ରାଉତରାୟ ନିଲମ୍ବିତ

former lady IIC suspended for this reason

ଓଡ଼ିଆ ଗସିପ ବ୍ୟୁରୋ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟ ନିଲମ୍ବିତ । ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଆଜି ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) । ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା ରାଉତରାୟ ।

ଗତ ଜୁଲାଇ ମାସରେ ଜବତ ହୋଇଥିବା ବାଲିଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ।

ଅଧିକ ପଢ଼ନ୍ତୁ: ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱାମୀର ଏହି ଅଙ୍ଗକୁ ଚିପିଲେ ସ୍ତ୍ରୀର ହୋଇଥାଏ ସର୍ବମୋକ୍ଷ ପ୍ରାପ୍ତି, ଜାଣନ୍ତୁ କେଉଁ ଅଙ୍ଗ

ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ । ସିଜ ହୋଇଥିବା ଗାଡିକୁ ଛାଡିବା ସହ ବାଲି ଘାଟରୁ ବାଲି ଉଠାଣ ନିୟମ କହୋଳ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଶରତ ବେହେରା ଭିଜିଲାନ୍ସକୁ ଜଣାଇଥିଲେ ।

ଭିଜିଲାନ୍ସ ତା’ର ଯୋଜନା ପ୍ରକାରେ ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଧରିଥିଲା । ଅଭିଯୋଗକାରୀ ଗତ ଜୁଲାଇ ୨୧ ତାରିଖରେ ପୁଷ୍ପଲତା ରାଉତରାୟଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପୁଷ୍ପଲତା ଟଙ୍କା ନେବାକୁ ମନା କରି ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଅମାନୁଷିକ କାଣ୍ଡ: ୬୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କଲେ ୪ ପାପି

ସେ ପୂରା ଲକ୍ଷେ ଟଙ୍କା ନେବେ ବୋଲି କହିଥିଲେ । ତେଣୁ ତା’ପରଦିନ ଅର୍ଥାତ୍ ଜୁଲାଇ ୨୨ ତାରିଖରେ ଅଭିଯୋଗକାରୀ ପୂରା ଲକ୍ଷେ ଟଙ୍କା ନେଇ ଆସିଥିଲେ । ହରଭଙ୍ଗା ଥାନାର ତତ୍‌କାଳୀନ ଆଇଆଇସି ପୁଷ୍ପଲତା ରାଉତରାୟ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Share this story