ଦିନକୁ ୧୨୭୩ ମହିଳା ନିଖୋଜ, ଗତ ୩ ବର୍ଷ ହେଲା ଏହି ରାଜ୍ୟରେ ସର୍ବାଧିକ ଦୁଷ୍କର୍ମ ମାମଲା, ସାମ୍ନାକୁ ଆସିଲା ଏନ୍‌ସିଆର୍‌ବି ୨୦୨୧-୨୨ ରିପୋର୍ଟ

everyday 87 women get raped in India

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ଚଲାଉଥିବାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଛି । ସମସ୍ତେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି କରାଯାଉଛି । ଏହା ମଧ୍ୟରେ ଏନ୍‌ସିଆରବି ରିପୋର୍ଟରୁ ବିଚଳିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି । କଠୋର ଆଇନ ସତ୍ତ୍ବେ ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଗତ ୫ ବର୍ଷରେ ଅର୍ଥାତ୍‌ ୧୮୨୫ ଦିନରେ ୧.୫ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅର୍ଥାତ୍‌ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ ।

୨୦୨୧ରେ ରାଜସ୍ଥାନରେ ସର୍ବାଧିକ ୬, ୩୩୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେହିପରି ମଧ୍ୟପ୍ରଦେଶରେ ୨୯୪୭, ଉତ୍ତରପ୍ରଦେଶରେ ୨୮୪୫, ମହାରାଷ୍ଟ୍ରରେ ୨୪୯୬ ଏବଂ ଛତିଶଗଡ଼ରେ ୧୦୯୩ ମାମଲା ଦାଏର ହୋଇଥିଲା । ମଧ୍ୟପ୍ରଦେଶରେ ବର୍ଷକରେ ୧୩,୦୩୪ ଯୁବତୀ ଏବଂ ୫୫, ୭୦୪ ମହିଳା, ମହାରାଷ୍ଟ୍ରରେ ୩, ୯୩୭ ଯୁବତୀ ଏବଂ ୫୬, ୪୯୮ ମହିଳା ନିଖୋଜ ହୋଇଛନ୍ତି । ସାରା ଦେଶରେ ୨୦୨୧ରେ ୯୦, ୧୧୩ ଯୁବତୀ ଏବଂ ୩, ୭୫, ୦୫୮ ମହିଳା ନିଖୋଜ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ : DN HOMES ପରେ ଅମୀୟ ଦାସଙ୍କ ପାଳି ! ଆଇଟି ମାରିପାରେ ଖୁବଶୀଘ୍ର ଛାପା, ଦେଖନ୍ତୁ ଏହି ଭିଡିଓ...

ଏନ୍‌ସିଆରବିର ୨୦୨୧ ରିପୋର୍ଟ ଅନୁଯାୟୀ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଗତ ୩ ବର୍ଷ ହେଲା ଶୀର୍ଷରେ ରହିଛି । ୨୦୧୮ରେ ମଧ୍ୟପ୍ରଦେଶରୁ ସର୍ବାଧିକ ୫,୪୩୩ ଦୁଷ୍କର୍ମ ମାମଲା ଆସିଥିଲା । ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା । ୨୦୨୧ରେ ଦେଶରେ ୩୧, ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହା ୨୮, ୦୪୬ ଥିଲା ।

ତେବେ ପୀଡ଼ିତାଙ୍କ ସଂଖ୍ୟା ୨୮, ୨୫୩ ଥିଲା। ୨୦୧୯ରେ ୩୨, ୦୩୩ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେତେବେଳେ ପୀଡ଼ିତାଙ୍କ ସଂଖ୍ୟା ୩୨, ୨୬୦ ଥିଲା । ୨୦୧୮ରେ ୩୩, ୩୫୬ ମାମଲା ଦାଏର ହୋଇଥିବାବେଳେ ୩୩, ୯୭୭ ପୀଡ଼ିତା ଥିଲେ । ୨୦୧୭ରେ ୩୨, ୫୫୯ ମାମଲା ରୁଜୁ ହୋଇଥିବାବେଳେ ୩୩, ୬୫୮ ଦୁଷ୍କର୍ମର ଶିକାର ହୋଇଥିଲେ । ୫ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧, ୫୯, ୦୪୮ରୁ ଅଧିକ ଦୁଷ୍କର୍ମ ମାମଲା ଆସିଥିଲା ।

ଅଧିକ ପଢ଼ନ୍ତୁ : ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

ରିପୋର୍ଟ ଅନୁଯାୟୀ ୨୦୧୯ରେ ୮୨, ୦୮୪ ଯୁବତୀ ଏବଂ ୩, ୪୨, ୧୬୮ ମହିଳା ନିଖୋଜ ଥିଲେ । ୨୦୨୦ରେ ଏହି ସଂଖ୍ୟା ୭୯, ୨୩୩ ଏବଂ ୩୪,୪୪୨, ୨୦୨୧ରେ ୯୦, ୧୧୩ ଏବଂ ୩, ୭୫, ୦୫୮ ଏବଂ ୨୦୨୧ରେ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହୋଇଥିଲେ ।

Share this story