୧୭ ବର୍ଷିୟ ଅଚିହ୍ନା ନାବାଳକକୁ ମାଗିଲା ୩୫୦ ଟଙ୍କା ନ ଦେବାରୁ ୧୬ ବର୍ଷର ବାଳକ ୬୦ ଥର ଛୁରି ଭୁସି କଲା ବିଭତ୍ସ ହତ୍ୟା
 

Delhi Teen Stabs 17-year-old Boy 60 Times Over Money Dispute to Buy Biryani
୩୫୦ ଟଙ୍କା ନ ଦେବାରୁ ୬୦ ଥର ଛୁରି ଭୁସି କଲା ବିଭତ୍ସ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । 

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

ପୁଲିସର କହିବା ଅନୁଯାୟୀ, ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ। କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ। ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା। 

ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ 

ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
 

Share this story