୩ ଝିଅଙ୍କୁ ମାରି ଟ୍ରଙ୍କରେ ଭର୍ତ୍ତି କରି ରଖିଥିଲେ ବାପା-ମାଆ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ 
 

Couple kills 3 daughters due to poverty in Punjab Jalandhar
3 ଝିଅଙ୍କୁ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରି ରଖିଥିଲେ ବାପା-ମାଆ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଟ୍ରଙ୍କ ଭିତରୁ ଠାବ ହୋଇଛି ତିନି ଭଉଣୀଙ୍କ ମୃତଦେହ।  ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି।

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ବାପା-ମାଆ ଘରେ ନ ଥିବାବେଳେ ଝିଅମାନଙ୍କୁ କିଏ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରିଛି, ନା ଘଟଣା ପଛରେ ଆଉ କିଛି କାରଣ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ପୁଲି ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ହେଲେ ସମ୍ବାଦର ନୂଆ ସଂପାଦକ

ପୁଲିସ ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ବାପା-ମାଆ ସ୍ଥାନୀୟ ଅଞ୍ଚଳରେ ପ୍ରାବାସୀ ଶ୍ରମିକ ଭାବେ କାମ କରନ୍ତି। ସେମାନଙ୍କର ୫ଟି ସନ୍ତାନ। ପ୍ରତିଦିନ ପରି ରବିବାର ବି ସେମାନେ କାମକୁ ଯାଇଥିଲେ।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

କିନ୍ତୁ କାମରୁ ଫେରିବା ପରେ ଦୁଇ ଜଣ ପିଲା ଥିବାବେଳେ ଅନ୍ୟ ତିନି ଜଣ ଝିଅଙ୍କୁ ପାଇନଥିଲେ। ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶିତ ଯେ ଦାରିଦ୍ର୍ୟ ସହ୍ୟ କରି ନପାରି 3 ଝିଅଙ୍କୁ ହତ୍ୟା କରି ସାରିବା ପରେ ସେମାନଙ୍କୁ ଟ୍ରଙ୍କରେ ଭର୍ତ୍ତି କରି ବାହାରକୁ କାମ କରିବାକୁ ପଳେଇ ଯାଇଥିଲେ ଏବଂ ଏହା କେହି ନ ଜାଣିବା ପାଇଁ ଏଭଳି ଅଭିନୟ କରୁଥିବା କୁହାଯାଇଛି।  

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

Share this story