ସକାଳୁ ସକାଳୁ ନିଦ ଭାଙ୍ଗିଲା ବେଳକୁ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌; ତା ପରେ ଯାହା ଘଟିଲା

Bus crashes near railway tracks in Sambalpur passengers safe train services hit

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌। ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲ୍‌ୱେ ଟ୍ରାକ୍‌ ନିକଟକୁ ବସ୍‌ ମାଡ଼ି ଯାଇଥିବା ଜଣାପଡ଼ିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି।

ଅଧିକ ପଢ଼ନ୍ତୁ: ଉପକୁଳ ଓଡ଼ିଶାରେ ଘନ ଘନ ଗର୍ଜୁଛି ମୌସୁମୀ ବର୍ଷା: ଆଜି ସଂଧ୍ୟାରେ ଏହି ଅଞ୍ଚଳରେ ହେବ ବର୍ଷା

ମିଳିଥିବା ସୂଚନା ଅନୁସାରେ, ‘ନଡ଼ିଆରାଣୀ’ ନାମକ ଏକ ଯାତ୍ରୀବାହୀ ବସ୍‌ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିଲା। ତେବେ ବସ୍‌ଟି ଭାରସାମ୍ୟ ହରାଇ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲ୍‌ୱେ ଟ୍ରାକ୍‌ ନିକଟକୁ ମାଡ଼ି ଯାଇଥିଲା। ସୌଭାଗ୍ୟବଶତଃ, ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି।

ଟ୍ରାକ୍‌ର ବେଶ୍ ପାଖରେ ବସ୍ ଥିବାରୁ ବର୍ତ୍ତମାନ ପାଇଁ ଏହି ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଖବର ଲେଖାଯିବା ସୁଦ୍ଧା କିଛି ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ବସ୍‌କୁ ଟ୍ରେନ୍ ଟ୍ରାକ୍ ପାଖରୁ ବାହାର କରିବାକୁ ଉଦ୍ୟମ ଚାଲିଛି।

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆଜିର ରାଶିଫଳ:ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ

ସୂଚନାଥାଉ କି, ଗତକାଲି ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସ୍‌ର ୩ଟି ବଗି ଜଳି ଯାଇଥିଲା। ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନ୍‌କୁ ତୁରନ୍ତ ଅଟକା ଯିବାରୁ ସବୁ ଯାତ୍ରୀ ସୁରକ୍ଷିତ ଭାବ ବାହାରିବାକୁ ସଫଳ ହୋଇଥିଲେ।

ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

Share this story