ଏହି କାରଣ ପାଇଁ ବଦଳିଲା ଶାଳୀର ଆଚରଣ..,ଜୀବନରୁ ମାରିଦେଲା ଏକତରଫା ଭିଣୋଇ ପ୍ରେମିକ
ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ଆଗରେ ସବୁ ଫିକା, ପ୍ରେମରେ ପଡିଲେ ଆଉ କିଛି ଦେଖା ଯାଏ ନାହିଁ,ଏମିତିକି କିଛି କରିବାକୁ ପଛଘୁଞ୍ଚା ଦିଏ ନାହିଁ ପାଗଳ ପ୍ରେମିକ, ଉତ୍ତରପ୍ରଦେଶର ସାହାରନପୁରର ଚିଲକାନା ପୁଲିସ ଷ୍ଟେସନର ଚଲାକପୁର ଗାଁର ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଏକତରଫା ପ୍ରେମରେ ପାଗଳ ହୋଇଥିବା ଜଣେ ଭିଣୋଇ ନିଜ ଶାଳୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯାଇଛି ବୋଲି ଜାଣିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଅଭିଯୁକ୍ତ ଭିଣୋଇ ନିଜ ପତ୍ନୀଙ୍କ ଭଉଣୀଙ୍କୁ ହତ୍ୟା କରିବା ପାଇଁ ୩ଟି ଭିନ୍ନ ଜିଲ୍ଳାରୁ ସୁପାରି କିଲରଙ୍କୁ ଡାକି ସେମାନଙ୍କୁ ୩ ଲକ୍ଷ ଟଙ୍କା ସୁପାରୀ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଆଉ ଅଭିଯୁକ୍ତ ଭିଣୋଇ ସେହି ସୁଟର୍ମାନଙ୍କ ସହ ମିଶି ନିଜ ଶାଳୀଙ୍କ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି।
ଅଧିକ ପଢନ୍ତୁ : ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
ଯେତେବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କଲା ସେତେବେଳେ ସେ ଦାବି କରିଥିଲା ଯେ ତା’ର ନିଜ ଶାଳୀ ସହ ପ୍ରେମ ସଂପର୍କ ଥିଲା ବୋଲି। ଅଭିଯୁକ୍ତ ନିଜ ଶାଳୀକୁ ଭଲପାଉଥିଲା, ହେଲେ ତା’ର ଆଚରଣ କିଛି ସମୟ ପାଇଁ ବଦଳି ଯାଇଥିଲା, ଯେତେବେଳେ ସେ ଜାଣିବାକୁ ପାଇଲା ତା’ ଶଶୁରଘର ଲୋକ ଶାଳୀର ବିବାହ ଅନ୍ୟତ୍ର ସ୍ଥିର କରିଛନ୍ତି।
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!
ପୁଲିସ କହିବା ଅନୁସାରେ, ୨୫ ଅକ୍ଟୋବରରେ, ଉକ୍ତ ୨୦ ବର୍ଷର ପୀଡ଼ିତା ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଯୁବତୀଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ କରାଯାଇଥିଲା, ହତ୍ୟାକାରୀମାନ ତାଙ୍କ ଦେହରେ ଗୁଳି ମଧ୍ୟ ଚଳାଇଥିଲେ। ପ୍ରାରମ୍ଭିକ ଅନୁସନ୍ଧାନ ଏବଂ ପରେ ସିସିଟିଭି ମାଧ୍ୟମରେ ଅଭିଯୁକ୍ତ ଭିଣୋଇ ପାଖରେ ପହଞ୍ଚିବା ପରେ ପୁଲିସ୍ ପଚରାଉଚରା କରିଥିଲା ଆଉ ତାପରେ ଅଭିଯୁକ୍ତ ହତ୍ୟାକାଣ୍ଡର ପୂରା କାହାଣୀ ପୋଲିସକୁ କହିଥିଲା।
ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ