ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? ଜେରା ବେଳେ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଲା ଅଭିଯୁକ୍ତ...

ASI Gopal Das reveals about murder of Health Minister Naba Das

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ? ହତ୍ୟାର ୯ ଦିନ ପରେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି ।

କ୍ରାଇମବ୍ରାଞ୍ଚକୁ ଗୋପାଳ ଜେରା ବେଳେ କହିଛି ଯେ, ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରୁଛନ୍ତି । ଲୋକଙ୍କ ଦୁଃଖ ବୁଝିବା ବଦଳରେ ଏହି ନେତାମାନେ ସେମାନଙ୍କ ଦୁଃଖ ପାଲଟି ଯାଉଛନ୍ତି । ଲୋକଙ୍କୁ ଆତଙ୍କିତ କରିବା ସହ ନିର୍ଯାତନା ଦେଉଛନ୍ତି ।

ଅଧିକ ପଢ଼ନ୍ତୁ : ଦୁଷ୍କର୍ମ ଅଭିଯୋଗରେ ଫସିବେ ତିର୍ତ୍ତୋଲ ବିଧାୟକ! ପ୍ରେମିକା ସୋମାଲିକାଙ୍କ ସହ ଦୁଇଥର ଦୁଷ୍କର୍ମ ପରେ ଗର୍ଭପାତ ଅଭିଯୋଗ; ଭିଡିଓଗ୍ରାଫି ଜରିଆରେ ବୟାନ ରେକର୍ଡ

ଏମାନଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ମଧ୍ୟ ଜଣେ ଥିଲେ । ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲେ ବୋଲି କ୍ରାଇମବ୍ରାଞ୍ଚକୁ ଜେରା ବେଳେ କହିଥିବା କୁହାଯାଉଛି । ଗୋପାଳଙ୍କ ପକେଟ୍ ରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିବା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି ।

ନବ ଦାସଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନଥିଲା, ହେଲେ ସେ ତାଙ୍କୁ ଭଲ ପାଉନଥିବା କ୍ରାଇମବ୍ରାଞ୍ଚକୁ କହିଥିବା କୁହାଯାଉଛି । ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା । ଶେଷରେ ଗତ ୨୯ ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହତ୍ୟା କରିଥିଲା ।

Share this story