ଚାକିରି ପାଇବାର ୨ ଦିନ ପରେ ଡିଏସ୍‌ପିଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ !
 

A case of juvenile Delinquency was filed against the DSP who got a job 2 days ago
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ଦିନ ତଳେ ପଞ୍ଜାବ ଡିଏସ୍‌ପି ନିଯୁକ୍ତ ହୋଇଥିବା ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ମାମଲା ଲାଗିଛି। ହାଇଦରବାଦର ଜଣେ ଯୁବତୀ ଏହି ଅଭିଯୋଗ ଲଗାଇଛନ୍ତି। 

ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ସେ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ବରୁଣଙ୍କ ବିରୋଧରେ ବେଙ୍ଗାଲୁରୁରେ ପକ୍ସୋ ସହିତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ବେଙ୍ଗାଲୁରୁ ପୁଲିସ ଟିମ୍‌ ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ଚଢ଼ଉ କରିଛି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ତେବେ ଏହାକୁ ନେଇ ପଞ୍ଜାବ ପୁଲିସ ପାଖରେ କୌଣସି ସୂଚନା ନାହିଁ। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଖୁବଶୀଘ୍ର ବରୁଣଙ୍କୁ ଗିରଫ କରାଯିବ। ଅନ୍ୟପକ୍ଷରେ ଯୁବତୀ ପୁଅକୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି ବୋଲି ବରୁଣଙ୍କ ପିତା କହିଛନ୍ତି। 

ଅଧିକ ପଢନ୍ତୁ :ନିଜ ଲୋକଙ୍କ ଠାରୁ ପ୍ରତାରିତ ହେବା ସହ ଏହି ରାଶି ଲୋକ ଧାର କରଜ କରି କାମ ଚଳାଇବେ! ପଢନ୍ତୁ ରାଶିଫଳ 

ସୂଚନାଯୋଗ୍ୟ ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗତ ରବିବାର ଭାରତୀୟ ହକି ଟିମ୍‌ର ଡିଫେଣ୍ଡର ବରୁଣଙ୍କୁ ଡିଏସ୍‌ପି ନିଯୁକ୍ତ କରିଥିଲେ। ବରୁଣ ହିମାଚଳରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଏବେ ସେ ଜଳନ୍ଧରରେ ପରିବାର ସହିତ ରହୁଛନ୍ତି। ସେ ଅଲମ୍ପିକର ବ୍ରୋଞ୍ଜ ମେଡ଼ାଲ ବିଜେତା ଟିମ୍‌ରେ ସାମିଲ ଥିଲେ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story